[odisha] - ସବୁ ଦଳ ପରସ୍ପରର ଦୋଷ ଦେଖାଇଲେ

  |   Odishanews

ଭୁବନେଶ୍ବର : ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ନିର୍ବାଚନ କମିସର୍‌ ଅଶୋକ ଲାଭାସାଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ପ୍ରତିନିଧି ଦଳ। ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିବା ପୂର୍ବରୁ କମିସନର୍ ୮ଟି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିଥିଲେ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କମିସନର୍‌ଙ୍କ ନିକଟରେ ପରସ୍ପରର ଦୋଷ ଦେଖାଇଥିଲେ। କେଉଁ ଦଳ କେଉଁ ବାଟରେ ଭୋଟର୍‌ଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି, ତାହାର ଏକ ବ୍ଲୁ ପ୍ରିଣ୍ଟ୍ ବିରୋଧୀ କମିସନର୍‌ଙ୍କୁ ଦେଇଥିଲେ। ବିଜେଡି ଓ ବିଜେପି ସିଧାସଳଖ ଆରୋପ ପ୍ରତ୍ୟାରୋପ କରିଥିଲା ବେଳେ କଂଗ୍ରେସ ମାପିଚୁପି ବାସ୍ତବ ସମସ୍ୟାକୁ ରଖିଥିଲା।

ବିଜେଡି, କଂଗ୍ରେସ, ବିଜେପି, ସିପିଆଇ, ସିପିଆଇ(ଏମ୍‌), ତୃଣମୂଳ କଂଗ୍ରେସ, ବହୁ ଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଓ ଏନ୍‌ସିପିର ପ୍ରତିନିଧି ପୃଥକ୍ ପୃଥକ୍ ଭାବେ ନିର୍ବାଚନ କମିସନରଙ୍କୁ ଭେଟି ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ କରିବାକୁ ନେଇ ଦାବିପତ୍ର ଦେଇଛନ୍ତି । କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ନିର୍ବାଚନ କମିସନର୍‌ଙ୍କୁ ଜଣାଇଥିଲେ, ଇଭିଏମ-ଭିଭିପାଟ ଦ୍ବାରା ଭୋଟ ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ । କିନ୍ତୁ, ଯଦି ଭୋଟ ଗ୍ରହଣ ବେଳେ ଉଭୟ ମେସିନ ଖରାପ ହୋଇଯାଏ ତା ହେଲେ ବିକଳ୍ପ ଭାବେ କିପରି ଭୋଟ ଗ୍ରହଣ କରାଯିବ? ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଡାକି ଇଭିଏମ-ଭିଭିପାଟ ମେସିନରେ ଭୋଟ ଦେବା ପ୍ରକ୍ରିୟା ବିଷୟରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ଏବେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ ଓ ଗରିବମାନଙ୍କୁ ପ୍ରଭାବିତ କରିବା ଭଳି ବହୁ ପ୍ରକାର ଯୋଜନା କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଏସବୁ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯେପରି ଟଙ୍କା ନ ଯାଏ ସେଥିପ୍ରତି ଅନୁଧ୍ୟାନ କରିବାକୁ ବିରୋଧୀ ଦଳ ନେତା ଅନୁରୋଧ କରିଛନ୍ତି। ଜିଲ୍ଲା ସ୍ତରରେ ବହୁ ସରକାରୀ ଅଧିକାରୀ ୩ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ରହିଛନ୍ତି ଓ ସେମାନଙ୍କୁ ସ୍ଥାନାନ୍ତର କରାଯାଉନି। ନିର୍ବାଚନରେ ସେମାନେ ଯେ, ନିରପେକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିବେ ସେ ଆଶା କମ୍ ବୋଲି ନରସିଂହ କହିଛନ୍ତି।...

ଫୋଟୋ - http://v.duta.us/mWwhuwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/oKAWnwAA

📲 Get Odisha News on Whatsapp 💬