[rayagada] - କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

  |   Rayagadanews

କୋଟପାଡ଼,୧୪ା୨(ଡି.ଏନ୍‌.ଏ.)- କୋରାପୁଟ ଜିଲା କୋଟପାଡ଼ ଉପକାରାଗାରରୁ ଗୁରୁବାର ଜଣେ କଏଦୀ ଚମ୍ପଟ ମାରିଛନ୍ତି। ଫେରାର୍‌ ଥିବା କଏଦୀ ନବରଙ୍ଗପୁର ଜିଲା କତେଙ୍ଗା ଅଞ୍ଚଳର ମୋତିସିଂହ ଚାଲାଣ(୫୭)। ସେ ନିଜ ପୁଅ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଉକ୍ତ ଉପକାରଗାରରେ ୧୦ ବର୍ଷ ସଜା କାଟୁଛନ୍ତି। ୨୧ା୯ା୨୦୨୨ରେ ତାଙ୍କର ଜେଲଦଣ୍ଡ ଶେଷ ହେବ। ଜେଲ୍‌ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ୫ ଜଣ କଏଦୀ ଜେଲ କୋଠରି ବାହାରକୁ ବଗିଚା ସଫା କରିବା ପାଇଁ ଯାଇଥିଲେ। କାମ ଶେଷକରି ୪ ଜଣ ଜେଲ୍‌ କୋଠରିକୁ ଫେରିଥିବାବେଳେ ଜଣେ ଫେରି ନ ଥିଲେ। ଜେଲ କର୍ମଚାରୀ ଏବଂ ୪ ଜଣ କଏଦୀଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ସେମାନେ ଜାଣି ନ ଥିବା କହିଥିଲେ। ଏନେଇ କୋଟପାଡ଼ ଥାନାରେ ଏତଲା ଦିଆଯାଇଛି। ମୋତିସିଂହ କେବେ ଜେଲ୍‌ରେ ବିଶୃଙ୍ଖଳା କରି ନ ଥିଲେ , ବେଳେବେଳେ ମାନସିକ ବିକୃତଙ୍କ ଭଳି ବ୍ୟବହାର କରୁଥିବା ଉପାକାରଗାର ସୁପରିଣ୍ଟେଣ୍ଡେଣ୍ଟ ଶୁକ୍ରୁ ଭୋଇ କହିଛନ୍ତି। ଏବେ ଉକ୍ତ ଉପକାରାଗାରରେ ୨୪ ଜଣ କଏଦୀ ରହୁଛନ୍ତି। ପୂର୍ବରୁ ଏଠାରେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। କଏଦୀମାନଙ୍କୁ ନେଇ ବାହାର କାର୍ଯ୍ୟରେ ଲଗାଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

ଫୋଟୋ - http://v.duta.us/PnYN2AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tIJfcgAA

📲 Get Rayagada News on Whatsapp 💬