[rayagada] - ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ : ୫ ଶ୍ରେଣୀକୁ ୧୬ ପିଲା , ଜଣେ ଶିକ୍ଷକ

  |   Rayagadanews

ଦଶମନ୍ତପୁର,୧୫ା୨(ଡି.ଏନ୍‌.ଏ.)- ସ୍କୁଲକୁ ୫୪ ବର୍ଷ ପୂରିଲାଣି। ସ୍ଥାପନା ବର୍ଷକୁ ଦେଖିଲେ ପ୍ରାପ୍ତ ବୟସରେ ପହଞ୍ଚିଛି ସ୍କୁଲ। କିନ୍ତୁ ଏବେ ଏଠାରେ ପ୍ରଥମରୁ ପଞ୍ଚମ ଯାଏ ମାତ୍ର ୧୬ଜଣ ପିଲା ନାମ ଲେଖାଇଛନ୍ତି। ଶିକ୍ଷାଦାନ ପାଇଁ ଜଣେ ଶିକ୍ଷକ , ସେ ପୁଣି ପ୍ରଧାନଶିକ୍ଷକ ଦାୟିତ୍ୱରେ। ଏଠି କିନ୍ତୁ ସ୍କୁଲ ସମୟ ସାରଣୀକୁ ପାଳନ କରାଯାଏନି। ଅଧିକାଂଶ ସମୟରେ ଦିନ ୧୧ଟାରେ ସ୍କୁଲ ଖୋଲାହୋଇ ମଧ୍ୟାହ୍ନଭୋଜନ ପରେ ବନ୍ଦ କରି ଦିଆଯାଏ। ଏପରି ଶିକ୍ଷାଦାନ ଚାଲିଥିବା ସ୍କୁଲ ହେଉଛି, ଦଶମନ୍ତପୁର ବ୍ଲକ୍‌ ସଦର ପଞ୍ଚାୟତ ଚଣ୍ଡି ଜାନିଗୁଡ଼ା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପ୍ରଧାନଶିକ୍ଷକ ସରୋଜ କୁମାର କରଙ୍କ କହିବା ଅନୁସାରେ ସ୍କୁଲରେ ସେ ଏକମାତ୍ର ଶିକ୍ଷକ ହେତୁ ପିଲାଙ୍କୁ ଶିକ୍ଷାଦାନ ଏବଂ ଅଫିସିଆଲ କାର୍ଯ୍ୟ କରିବା ସହଜ ହେଉନି। ବିଦ୍ୟାଳୟରେ ପାଠପଢ଼ା ଠିକ୍‌ ହେଉ ନ ଥିବା ପିଲାମାନେ ମଧ୍ୟ କହିଛନ୍ତି। ବିଦ୍ୟାଳୟ ପରିବେଶ ମଧ୍ୟ ଭଲ ନାହିଁ । ସ୍କୁଲ ଆଜବେଷ୍ଟସ୍‌ ଛପର ଏବଂ କାନ୍ଥ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଅଭିଭାବକ ଦାବି କରିଛନ୍ତି। ଘଟଣାର ତଦନ୍ତ ପରେ ଯିଏ କାର୍ଯ୍ୟରେ ଅବହେଳା କରୁଥିବା ପ୍ରମାଣିତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଇଓ ତାରିଣୀସେନ ମୁଣ୍ଡା କହିଛନ୍ତି ।

ଫୋଟୋ - http://v.duta.us/io4M1QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/DRTz7wAA

📲 Get Rayagada News on Whatsapp 💬