[sambalpur] - ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

  |   Sambalpurnews

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। ସେମାନେ ହେଲେ ରେଙ୍ଗାଲି ଗ୍ରାମର କ୍ଷିରୋଦ୍ର ମହାନନ୍ଦ, ତ୍ରିଲୋଚନ ତାଣ୍ଡି, ଗୌରୀ ତାଣ୍ଡି ଏବଂ ଛେଲଖାଇ ଗ୍ରାମର ଯୋଗିନ୍ଦ୍ର ବରିହା ଏବଂ ସୁରେଶ ଧରୁଆ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରକଶ ଯେ, ଅବକାରୀ ବିଭାଗର ଡେପୁଟି କମିଶନର ଦିଲୀପ କୁମାର ନାୟଙ୍କ ନେତୃତ୍ୱରେବଲାଙ୍ଗୀର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀକର ମାଝି, ମାଜିଷ୍ଟ୍ରେଟ ଦାୟିତ୍ୱରେ ଯୁଗଲ କିଶୋର ବିଶ୍ୱାଲ, ଅବକାରୀ ବିଭାଗ ସମ୍ବଲପୁର, ବଲାଙ୍ଗୀରର ମୋବାଇଲ ଅବକାରୀ ଷ୍ଟାଫ ଏବଂ ପାଟଣାଗଡ ଅବକାରୀ ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ରଥ ସଦଳବଳ ପାଟଣାଗଡ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।

ଫୋଟୋ - http://v.duta.us/z-j5awAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/NVJVvgAA

📲 Get Sambalpur News on Whatsapp 💬