[sambalpur] - ଆଦିବାସୀକର ଲାଗି ସାତ୍‌ସପନ୍‌ ହେଇଛେ ବିକାଶ: ସରଲତାର ସୁଯୋଗ ନେଉଛନ୍‌ ନେତା, ପରଶାସକ୍‌

  |   Sambalpurnews

ଭବାନୀପାଟଣା,୧୫।୨(ଡି.ଏନ.ଏ.): ଗାଁ ଗଁଲିର ବିକାଶ ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଭିନେ ଭିନେ ଯୋଜନା କରୁଛନ୍‌। ହେଲେ ଆଏଜ୍‌ବି କଳାହାଣ୍ଡି ଜିଲାର ଅନେକ ଗାଁ ରେ ବିକାଶ ଅପହଁଚ୍‌ ହେଇ ରହିଛେ। ଶିକ୍ଷା, ସୁଆସ୍‌ତିଅ, ରାସ୍‌ତାଘାଟ, ବିଜ୍‌ଲି ଲେଖେଁ ସାଧାରନ୍‌ ମଉଲିକ୍‌ ସୁବିଧାରୁ ଅନେକ ଗଁାବାସୀ ବଁଚିତ୍‌ ହେଇ ରହିଛନ୍‌। ଜିଲାର ଏନ୍‌ତା ଗୁଟେ ଗଁା ହେଉଛେ ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଲ ପଁଚେତ୍‌ର ଡୁମେରଗୁଡ଼ା। ଗଁାଟା ଭବାନୀପାଟଣା ସଦର ମହକୁମାନୁ ୫୫କି.ମି. ଦୂରେ ରହିଛେ। ୨୦ଟା ଆଦିବାସୀ ପରିବାର ବାସ୍‌ କରୁଥିବାର ଇ ଗଁାବାସୀକର ଲାଗି ବିକାଶ ଆଏଜ୍‌ବି ସାତ୍‌ ସପନ୍‌ ହେଇ ରହିଛେ। ଗଁାର ସବୁ ଆଦିବାସୀ ଆର ବିପିଏଲ ଶ୍ରେଣୀର ଲୋକ୍‌ ହେଇଥିଲାବେଲେ ଧାନ, ମାଣ୍ଡିଆ, ବାଜରା, କଁାଦୁଲ୍‌ ଆର ଜଂଗଲ୍‌ଜାତ୍‌ ଦରବ୍‌ ଠୁଲେଇ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା ଗଁାର ଆରକେତେ ଲୋକ୍‌ କୁଲି ମଜୁରି କରି ନିଜର କୁଟମର ପେଟ୍‌ ପାଲୁଛନ୍‌। ଇ ଗଁାକେ ରାସ୍‌ତା କହେଲେ ବଁକାଟେଁକା ନାଲ୍‌ ନଲିଆ ହେଇ ଯାଇଥିବାର ଚାଲ୍‌ତି ରାସ୍‌ତା। ବର୍ଷା ଦିନେ ସେଟା ପୂରାପୂରି ବଁଦ୍‌ ହେଇଯାଏସି। କେହି ଗଁାରେ ରୋଗ୍‌ବାଗ୍‌ଥି ପଡ଼ଲେ କି କେହେନ୍‌ସି ଗରଭିନି ମାଏକିନାକେ ଡାକ୍‌ତରଖାନା ନେବାକେ ହେଲେ ଖଟେ ୧୦ କି.ମି. ବୁହିକରି ନେବାକେ ହେସି। ବର୍ଷା ଦିନେ ଇମାନେ ବଡ଼ା ଦୁଖେ କଷ୍‌ଟେ ଚଲ୍‌ସନ୍‌। ସରକାର ଆମେ ପଢ଼ିବା, ଆମେ ଗଢ଼ିବା, ଶ୍ରେଷ୍ଠ ହେବାର ନାରା ଦେଉଥିଲାବେଲେ ଇ ଗଁାରେ ଛୁଆକର ପାଠ୍‌ପଢ଼ା ଲାଗି ସ୍କୁଲଟେ ନଁାଇଁନ। ଗଁାର କେତେ ପିଲା ୧୦ କି.ମି. ଦୂରିଆ ଅର୍ତ୍ତଲ ସ୍କୁଲକେ ପାଠ୍‌ପଢ଼ି ଯାଉଛନ୍‌। ଇ ଆଦିବାସୀ ପରିବାରମାନେ କେନ୍‌କାଲୁ ଜଂଗଲ ଜମି ଉପରେ ବାସ୍‌କରି ଆସୁଥିଲେ ବି ଜମିପଟ୍ଟା ନାଇଁପାଇ। ଯେନ୍‌ଥିରଲାଗି ସରକାରକଁର ଆବାସ ଯୋଜ୍‌ନାରୁ ଗଁାବାସୀ ବଁଚିତ୍‌ ହେଇ ରହିଛନ୍‌। ଗଁାରେ ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ୀ, ବିଧାବା, ଦିବ୍ୟାଙ୍ଗ ଥିଲେ ବି କେହି ଭତା ନାଇଁ ପାଏବାର। ସେନ୍‌ତା ଆଏଜ୍‌ତକ୍‌ ଗଁାବାସୀକର ଲାଗି ବିଦ୍ୟୁତ୍‌ ସେବା ଅପହଁଚ୍‌ ହେଇ ରହିଛେ। ଭୋଟ ବେଲେ ଗଁାବାସୀ ନେତାମାନକୁ ତାକର ଦୁଖ୍‌ ଦୁର୍‌ଦଶା ଗୁହାରିଲେ ବି କେହି ନାଇଁ ଶୁନୁଥିବାର ଅଭିଯୋଗ କରିଛନ୍‌। ଗଲା ଭୋଟ ସମିଆରେ ବିଧାୟକ ଆର ସରପଁଚ୍‌ ସେମାନକର ଗଁାର ବିକାଶ ଲାଗି କିରିଆ କରି ଭୋଟ ନେଇଥିଲେ। ହେଲେ ଏହେଦେ ସେମାନକୁ ଗୁହାରିକଲେ ବି ନାଇଁ ଶୁନବାର ବଲି ଗଁାବାସୀ ଅଭିଯୋଗ କରିଛନ୍‌। ଉଭଏ ଶାସକ ଆର ପରଶାସକ ଲୁକ୍‌କର ସରଲତାର ସୁଯୋଗ୍‌ ନେଇ ଠକୁଥିବାରୁ ଗଁାବାସୀ ଅସନ୍‌ତୋଷ ପରକାଶ କରିଛନ୍‌। ଯେତେ ଜଲ୍‌ଦି ହେବା ଜିଲା ପରଶାସନ ଇ ଗଁାକେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌। ନାଇଁହେଲେ ଆଏବାର ଦିନେ ଗଁାବାସୀ ପିଲାଛୁଆ ଧରି ଜିଲାପାଲକଁର ଅଫିସ ଆଘେ ଧାରନା ଦେବେ ବଲି ସମିତି ସଭ୍ୟ ସନ୍ତୋଷ କୁମାର ନାଏକ ଆର ଜିଲା ପରିଷଦ ସଦସ୍ୟା ପିଙ୍କି ସାହୁ ପରକାଶ କରିଛନ୍‌।

ଫୋଟୋ - http://v.duta.us/sZBGcQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/4xqSwwAA

📲 Get Sambalpur News on Whatsapp 💬