[sambalpur] - ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

  |   Sambalpurnews

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି । ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ୍‌ କେନ୍ଦୁ କାଠଗଣ୍ଡିର ସ୍ଥାନୀୟ ବଜାର ଦର ପ୍ରାୟ ୫ ଲକ୍ଷ ଟଙ୍କା ହୋଇଥିବାବେଳେ ଆନ୍ତର୍ଜାତିକ ବଜାର ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ ଜିଲାର ବିଭିନ୍ନ ଅଞ୍ଚଳରୁ କେନ୍ଦୁ କାଠ ସଂଗ୍ରହ କରାଯାଇ କଲିକତା, ରାୟପୁର, ଉତ୍ତରପ୍ରଦେଶ ଚାଲାଣ ହେଉଛି । ବନବିଭାଗ ହାତରେ ଧରାପଡିଥିତ୍ବା ୬ଅଭିଯୁକ୍ତ ଆନ୍ତଃରାଜ୍ୟ କେନ୍ଦୁକାଠ ଚୋରାଚାଲାଣ ର଼୍ୟାକେଟ୍‌ର ସଦସ୍ୟ ବୋଲି କୁହାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ ଜିଲା ସୋହେଲାର ମୁବାରକ୍‌ ଖାନ୍‌ (୪୪), ବାଉଁସେନ୍‌ମୁଣ୍ଡାର ଯୋଗେଶ ମିଶ୍ର (୪୨), ବରଗଡର ଶେକ୍‌ ସମ୍‌ସୁ(୩୨), ଚିତ୍ରସେନ୍‌ ଭୋଇ(୨୭), ବରପାଲିର ଶଫଦର ଅଲ୍ଲୀ(୩୭) ଓ ଡୁଙ୍ଗୁରିପାଲି ସମଲେଇଚୁଅଁ। ଦୀପକ ଗୋଚ୍ଛାୟତ (୨୪) । ଅଭିଯୁକ୍ତମାନଙ୍କୁ ବନବିଭାଗ ଟିମ୍‌ ପଚରାଉଚରା ଜାରି ରଖିଛି ।

ଫୋଟୋ - http://v.duta.us/yLPp8QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/q9F4MAAA

📲 Get Sambalpur News on Whatsapp 💬