[sambalpur] - ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

  |   Sambalpurnews

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି । ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଲୁଟ୍‌ ହୋଇଥିବା ୩୧ ଟନ୍‌ ଲୁହାରଡ୍‌, ଏକ ହୁଣ୍ଡାଇ ଆଇ୨୦ କାର୍‌, ଏକ ପଲସର ବାଇକ୍‌ ଓ ଏକ ମୋବାଇଲ ଫୋନ୍‌ ଜବତ କରିବା ସହ ଶୁକ୍ରବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ୪ ଜଣଙ୍କ ମଧ୍ୟରୁ ୩ଜଣ ଲୁଟେରା ହୋଇଥିବାବେଳେ ଅନ୍ୟ ଜଣେ ଲୁଟ୍‌ ସାମଗ୍ରୀ କିଣିଥିବା ବ୍ୟକ୍ତି ା ଗିରଫ ଲୁଟେରାମାନେ ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ସିଆନ୍‌ବେରେନ୍‌ ଭାଲୁନଟି ଗଁ। ର ବୈକୁଣ୍ଠନାଥ ମଲ୍ଲିକ ଓରଫ୍‌ ବିଶ୍ୱ ଓରଫ୍‌ ବଡବାବୁ (୨୮), କବି ବିଟୁକୃଷ୍ଣ ମଲ୍ଲିକ (୨୦) ଓ କାମ୍‌ପଲା ଗଁାର ଦିବ୍ୟଜିତ୍‌ ନାୟକ ଓରଫ୍‌ ଲିକୁନ୍‌ (୨୧) । ଏହି ଅଭିଯୁକ୍ତମାନଙ୍କ ଠାରୁ ଲୁଟ୍‌ ଲୁହାରଡ୍‌ କିଣିଥିବା ଅଭିଯୋଗରେ ବୌଦ୍ଧ ଜିଲା ମନମୁଣ୍ଡା ଥାନାର ଡିଗି ଗ୍ରାମର ରଞ୍ଜିତ କର୍ଣ୍ଣ (୩୬)ଙ୍କୁ ଗିରଫ କରାଯାଇଛି । ଏହି ଲୁଟେରାମାନେ ବଲାଙ୍ଗୀର ଜିଲା ବଇରାସର ଛକ ନିକଟରୁ ଏକ ଲୁହାରଡ୍‌ ବୋଝେଇ ଟ୍ରକ୍‌କୁ ଲୁଟିନେଇଥିଲେ । ଜବତ୍‌ ହୋଇଥିବା ଲୁହାରଡ୍‌ର ମୂଲ୍ୟ ୧୨ ଲକ୍ଷ ୯୬ ହଜାର ୭୫୪ ଟଙ୍କା ବୋଲି ଜଣାପଡିଛି ।

ଫୋଟୋ - http://v.duta.us/XmV4cwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/NbXtkwAA

📲 Get Sambalpur News on Whatsapp 💬