[sambalpur] - ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

  |   Sambalpurnews

କର୍ଲାମୁଣ୍ଡା,୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଞ୍ଚଳର ଏକମାତ୍ର ପିରବତୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପିରବତୀ ଯୁକ୍ତ ଦୁଇ ମହିଳା ବିଦ୍ୟାଳୟ ପ୍ରତିଷ୍ଠାତା ମୁରଲୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରଦୀପ୍ତ କୁମାର ନାଏକ, ମୁଖ୍ୟବକ୍ତା ଭାବେ ରିଷିଡା ଜେ.କେ. ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ହନୁମାନ ଦାସ କେଡିଆ, ତେରେସିଂହା ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ହୃଷୀକେଶ ଗହୀର, ତେରେସିଂହା ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ବାଗ ପ୍ରମୁଖ ଯୋଗଦେଇଥିଲେ। ଜଣେ ମହିଳା ଶିକ୍ଷିତ ହେଲେ ସେହି ମହିଳାଙ୍କ ପରିବାର ସାରା ଶିକ୍ଷିତ ହୋଇଥାଏ ବୋଲି ଅତିଥିମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁଲାଲ ମହାନନ୍ଦ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଅଞ୍ଜଳୀ ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାଯର୍‌ୟକ୍ରମ ଆୟୋଜନରେ ଅଧ୍ୟାପକ ଯଶୋବନ୍ତ ରଣା, ଅଜୟ ମହାନନ୍ଦ, ଶୋଭାକର ଘିଭେଲା, ପ୍ରଶନ୍ନ ରଣା, ବିଳାସିନୀ ବାଗ, ହରେକୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଫୋଟୋ - http://v.duta.us/p9g5ygAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/JRiQ-QAA

📲 Get Sambalpur News on Whatsapp 💬