[sambalpur] - ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

  |   Sambalpurnews

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ଡେପୁଟି କମିଶନର ଦିଲୀପ କୁମାର ନାଗଙ୍କ ନେତୃତ୍ୱରେ ବଲାଙ୍ଗୀର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀକର ମାଝି, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଯୁଗଳ କିଶୋର ବିଶ୍ୱାଳ, ଅବକାରୀ ବିଭାଗ ସମ୍ବଲପୁର, ବଲାଙ୍ଗୀର ମୋବାଇଲ ଅବକାରୀ ଷ୍ଟାଫ ଏବଂ ପାଟଣାଗଡ ଅବକାରୀ ଇନ୍ସପକ୍ଟେର ଅନ୍ନପୂର୍ଣ୍ଣା ରଥ ପାଟଣାଗଡ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ରେଙ୍ଗାଲି ଗ୍ରାମର କ୍ଷିରୋଦ୍ର ମହାନନ୍ଦ, ତ୍ରିଲୋଚନ ତାଣ୍ଡି, ଗୌରି ତାଣ୍ଡି ଏବଂ ଛେଲଖାଇ ଗ୍ରାମର ଯୋଗିନ୍ଦ୍ର ବରିହା ଏବଂ ସୁରେଶ ଧରୁଆଙ୍କ ଘରୁ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ ହୋଇଥିଲା। ମହୁଲ ପୋଚକୁ ସେଠାରେ ନଷ୍ଟ କରି ଦିଆଯାଇଥିଲା। ଅଭିଯୁକ୍ତ ୫ଜଣଙ୍କୁ ପାଟଣାଗଡ ଅବକାରୀ ବିଭାଗ କେଶ ନଂ ୯୯, ୧୦୦, ୧୦୧ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।

ଫୋଟୋ - http://v.duta.us/XiQ5kgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/W6nsRAAA

📲 Get Sambalpur News on Whatsapp 💬