[sambalpur] - ଭୂମି ଅଧିକାର ଦାବିରେ ରଣହୁଙ୍କାର

  |   Sambalpurnews

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି । ସ୍ଥାନୀୟ ଭୂମିହୀନମାନେ ସଙ୍ଗଠିତ ହୋଇ ଆନ୍ଦୋଳନକୁ ବ୍ୟାପକ କରିବାରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଶୁକ୍ରବାର ବରଗଡ଼ ଜୟ କୋଶଲ ଭୂମିହୀନ ସଂଗ୍ରାମ ସମିତିର ଆହ୍ବାନରେ ଅଞ୍ଚଳର ବହୁସଂଖ୍ୟକ ଭୂମିହୀନମାନେ ଜିଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସାଧବୀ ଦେହୁରୀଆଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ବରଗଡ଼ ସହର ସମେତ ତୋରା, ସରସରା, ବରଡ଼ୋଲ, ଖୁଣ୍ଟପାଲି ଆଦି ପଞ୍ଚାୟତର ଭୂମିହୀନ ଲୋକେ ସପରିବାର ସ୍ଥାନୀୟ ଲମ୍ବା ବିଲ୍‌ଡ଼ିଂ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳ ଅଫିସ ଅଭିମୁଖେ ଆସିିଥିଲେ । ସେମାନେ ହାତରେ ପ୍ଲାକାର୍ଡ଼ ଧରି ଭୂମି ଅଧିକାର ପ୍ରଦାନ ଦାବି ନେଇ ନାରାବାଜି କରିଥିଲେ। ଜିଲାପାଳ ଅଫିସ ସମ୍ମୁଖରେ ପହଞ୍ଚିବା ପରେ ଭୂମିହୀନ ପରିବାର ଲୋକେ ସେଠାରେ ଧାରଣାରେ ବସିଥିଲେ । ଏହାସହିତ ସେଠାରେ ରିଲେ ଅନଶନ ଚଳାଇଥିବା ତୋରା ଚିନିକଳର ଅସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ସମର୍ଥନ ଜଣାଇଥିଲେ। ଧାରଣାସ୍ଥଳରେ ଜୟ କୋଶଲ ଭୂମିହୀନ ସଂଗ୍ରାମ ସମିତିର ଭବାନୀ ପ୍ରସାଦ ସାହୁ, ରମେଶ ମହାପାତ୍ର, ହର ବଣିଆଁ, ବାସନ୍ତୀ ବନଛୋର, ମାରିୟନ ବାର୍ଲା, ଅମିତାଭ ପାତ୍ର, ଏମଡ଼ି ଅସଲମ, ସୁରେଖା ଭୋଇ, ଯଶୋବନ୍ତୀ ପୋଢ଼, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ରାଜ୍ୟ ସରକାରଙ୍କ ଜାଗା ମିଶନ ଏବଂ କେନ୍ଦ୍ର ସରକାରଙ୍କ ଭୂମି ଅଧିକାର ଘୋଷଣାକୁ ସେମାନେ କଡ଼ା ସମାଲୋଚନା କରିଥିଲେ। ପରେ ସେଠାକୁ ଡେପୁଟି କଲେକ୍ଟର ଦେହୁରୀଆ ପହଞ୍ଚି ସ୍ମାରକପତ୍ର ଗ୍ରହଣ କରିଥିଲେ । ପ୍ରତ୍ୟେକ କାର୍ଯ୍ୟରେ ଜମି ପଟ୍ଟା ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦରକାର ପଡ଼ୁଥିବାବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ତାହା ମିଳିପାରିନାହିଁ। ସେଥିପାଇଁ ସ୍ଥାୟୀ ପରିଚୟରୁ ବଞ୍ଚିତ କରାଯିବା ସ୍ବାଧୀନ ଭାରତରେ ସେମାନଙ୍କ ପାଇଁ ଉପହାସ ସଦୃଶ ବୋଲି ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ନିକଟ ଭବିଷ୍ୟତରେ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଜାଗା ମିଶନ ନାମରେ ଅଳ୍ପ କିଛି ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରିବା ଏବଂ ଠିକ୍‌ ଭାବେ ସର୍ଭେ ହୋଇ ନ ଥିବାବେଳେ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇବା ଘୋଷଣା ଲୋକଙ୍କୁ ଭୂଆଁ ବୁଲାଇବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଜୟ କୋଶଲ ଭୂମିହୀନ ସଂଗ୍ରାମ ସମିତିର କର୍ମକର୍ତ୍ତାମାନେ କହିଥିଲେ ଏବଂ ଜାଗା ମିଶନ ଘୋଷଣାନାମାକୁ ପୋଡ଼ିଥିଲେ । ଭୂମିହୀନଙ୍କୁ ଚିହ୍ନଟ କରି ତୁରନ୍ତ ଜମିପଟ୍ଟା ପ୍ରଦାନ କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ ।

ଫୋଟୋ - http://v.duta.us/pesQ_AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/QrLdBQAA

📲 Get Sambalpur News on Whatsapp 💬