[sambalpur] - ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

  |   Sambalpurnews

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲିସ୍ଥିତ ପରମେଶ୍ୱରୀ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ସୁବର୍ଣ୍ଣପୁର ଜିଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ. ପ୍ରଫୁଲ୍ଲ ରଥ ମୁଖ୍ୟଅତିଥିଭାବେ ଯୋଗଦେଇ ଉକ୍ତ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କଲେଜର ଛାତ୍ରୀମାନଙ୍କୁ ନିର୍ଭିକ ଓ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ସଂକଳ୍ପିତ ହେଲେ ସବୁ କାମ ସମ୍ଭବ ହୋଇଥାଏ ବୋଲି କହିଥିଲେ। ନାରୀ ଏବେ ଅବଳା ବା ଦୁର୍ବଲା ନୁହେଁ। କୌଣସି ବାଧାବିଘ୍ନ ଆସିଲେ ନୀରବ ନରହି ତାହାକୁ ଦୃଢ଼ ଭାବେ ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ପଣ୍ଡା ଉକ୍ତ ଶିବିର ୧୨ଦିନ ଧରି ଚାଲିବ ବୋଲି ସୂଚନା ଦେଇଥିଲେ। କଲେଜର ପ୍ରାୟ ୫୨ଜଣ ଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରି ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ନେବେ। ତାଲିମଦାତାଭାବେ ଉକ୍ତ କଲେଜର ମାମି ଘିବିଲା ଓ ଝୁମି ମହାନନ୍ଦ ତାଲିମ ପ୍ରଦାନ କରିବେ।

ଫୋଟୋ - http://v.duta.us/HMZ60AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/LK7c0gAA

📲 Get Sambalpur News on Whatsapp 💬