[sambalpur] - ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

  |   Sambalpurnews

ଉଲୁଣ୍ଡା, ୧୫।୨ (ଡି.ଏନ.ଏ): ପଁଚେତ୍‌ କଁଥିରେ ୨୦୧୬ ଏପ୍ରିଲ ମାସେ ଛପାହେଲା ନାଁ। ସରକାରୀ ଆବାସ ଯୋଜନାରେ ପକାଘର ଖଁଡ଼େ ମିଲବା ଇ ଆଶାରେ ସେ ଖୁସ୍‌ଥିଲେ। ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ଗଁାର ଅମ୍ବରିଶ ଗୁରୁ। ଗୁଟେ ଗରିବ୍‌ ଲୁହୁରା ପରିବାରରେ ଜନମ୍‌। ସେ ପେଟପାଟନାର ଲାଗି ନିଜର କୁଲବୁର୍‌ତିକେ ଆପ୍‌ନେଇ କୁଟୁମ୍‌ ପୁଷୁଥିଲେ। ପରିବାର କହେଲେ ମାଏକିନା କର୍ପୂର, ୩ ପୁଓ ଆର ଗୁଟେ ଝି’କେ ନେଇ ତାକର ସୁଖର ସଁସାର। ହେଲେ ଗରିବିର ମାଡ଼, ରହେବାର ବସବାର ଜାଗାଠାନ୍‌ ଅଭାବୁ ବଡ଼ଖା ଦୁଇପୁଓ ନିଜର କୁଟୁମ ଧରି କାମ୍‌ଧଁଦା କରି ବାହାରେ ରହୁଛନ୍‌। ଇଆଡ଼େ ଅମ୍ବରିଶ ଧାର ଉଧାର କରି ଦୁଖେ କଷ୍‌ଟେ ଝି’କେ ବିହାଚୁରା କଲେ, ବିହା ହେଲା ଉତାରୁ ଝି’ ବାପ୍‌ ଘର ନୁହେ ଦେଖେ। ଏନ୍‌ତାଥି ଅମ୍ବରିଶକୁଁ ସରକାରୀ ଆବାସ ଯୋଜନାରେ ମିଲିଥିବାର ପକାଘର ଖଁଡ଼କ ସବୁଦିନର ଲାଗି ସପନ ପାଲଟିଯାଇଛେ। ବ୍ଲକ ପରଶାସନର ଚରମ ଅବହେଲାର ଲାଗି ଓବିସି ବରଗର ଅମ୍ବରିଶକଁର ନଁା ଏସ୍‌ଟି ବରଗର ବଲି ଆବାସ ଯୋଜନା ତାଲିକାରେ ବାହାରଲା। ଯେନ୍‌ଥିରେ ଅମ୍ବରିଶ ଯୋଜନାର ହିତାଧିକାରୀ ତାଲିକାରେ ୧୬ ନମ୍ବରରେ ଥିଲେ ବି କାର୍ଯ୍ୟାଦେଶ ପାଏବାରୁ ବଁଚିତ ହେଲେ। ସେ ଘରଖଁଡ଼େ ଲାଗି ଗୁଲ୍‌ଗୁଲା ହେଇ ବାର ଦୁଆରେ ଗୁହାରି କରି ନିରାଶ ହେଲେ। ବ୍ଲକରୁ ଜିଲା ପରଶାସନ୍‌ ତକ୍‌ ଗୁହାରି କଲେ ହେଲେ କିଛି ଲାଭ୍‌ ନାଇଁହେଲା। ହେଲେ ବି ସେ ଜୀବନ୍‌ର ଶେଷ୍‌ ସମିଆ ତକ୍‌ ସରକାରୀ ଯୋଜନାରେ ପକାଘର ତିଆର କରବାର ସପନ୍‌ ଦେଖୁଥିଲେ। ଶେଷେ ତାକର ଇ ସପନ୍‌ ଭଂଗାସପନ୍‌ ହେଇ ରହିଗଲା। ଗଲା ସୋମବାର ୬୫ ବଛର ବଏସେ ଅମ୍ବରିଶ ତାକର ଲୁହୁରାସାଲେ ସବୁଦିନର ଲାଗି ଆଏଁଖ୍‌ ମୁଜିଦେଇଛନ୍‌। ସେ ଚାଲିଗଲା ଉତାରୁ ବିଧବା ମାଏକିନା କର୍ପୂର ଆର ସାନପୁଓ ରସରାଜ ପୂରାପୂରି ଭାଂଗି ପଡ଼ିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ରେବତୀ ବିଶ୍ୱାଳକୁଁ ପଚରାଲାରୁ ଅମ୍ବରିଶକଁର ମାଏକିନାକୁଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଁକା ସଂଗେ ସଂଗେ ଦିଆଯାଇଛେ। ତାକର ପକାଘର ପାଏବାର ବାବ୍‌ଦେ ବିଡିଓକଁର ସଂଗେ ଆଲୋଚନା କରି ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ଗୁଟେ ନିହାତି ଗରିବ୍‌ ପରିବାର ହକ୍‌ଦାର ଥାଇ ପରଶାସନିକ ଅବହେଲା ଲାଗି ଘର ପାଏବାରୁ ବଁଚିତ ହେବାର ଆର ଶେଷେ ଆଏଁଖ୍‌ ମୁଜିଦେବାରଟା ନିହାତି ଗୁଟେ ଦୁଖର କଥା ବଲି ବୁଧିଜୀବୀ ମହଲରେ ଚରଚା ହେଉଛେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

ଫୋଟୋ - http://v.duta.us/6CV_QAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/lB2iVQAA

📲 Get Sambalpur News on Whatsapp 💬