[upakula-odisha] - ଖାଦ୍ୟ କମିଶନରଙ୍କ ନୂଆଗାଁ ପରିଦର୍ଶନ: ହିତାଧିକାରୀଙ୍କୁ ତୁରନ୍ତ ଜାଗାର ନକ୍ସା ପ୍ରଦାନ ପାଇଁ ନିର୍ଦ୍ଦେଶ

  |   Upakula-Odishanews

ନୂଆଗାଁ, ୧୫।୨ (ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତବାସୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଗୁରୁବାର ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ନୂଆଗାଁ ଗସ୍ତରେ ଆସିଥିଲେ। ଜାମୁଡା ଆଦିବାସୀ ଗ୍ରାମ କାଚପଲୀ ଗ୍ରାମବାସୀଙ୍କୁ ଡାକି ଏକ ବୈଠକ କରାଇଥିଲେ। ଜିଲା ଓ ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଲୋକଙ୍କ ସହ ଆଲୋଚନା କରିଥିଲେ । ୨୦୦୫ ଡିସେମ୍ବର ପୂର୍ବରୁ ଯେଉଁ ଆଦିବାସୀ ଜଙ୍ଗଲ ଜମି ଦଖଲ କରିଆସୁଥିବେ ସରକାରଙ୍କ ତରଫରୁ ସେମାନଙ୍କୁ ଉକ୍ତ ଜମିର ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁସାରେ କାଚପଲୀ ଗ୍ରାମର ୧୫ ପରିବାରଙ୍କୁ ୨ ଏକର ଲେଖାଏଁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରାଯାଇଛି । ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ଡାକି କମିଶନର ସେମାନଙ୍କ ପଟ୍ଟା ଦେଖିଥିଲେ। କମିଶନରଙ୍କ କହିବା ମୁତାବକ ଯେଉଁ ଲୋକ ଯେତିକି ଜାଗା ପୂର୍ବରୁ ଦଖଲ କରିଥିବେ ସେହି ଲୋକକୁ ସେତିକି ପରିମାଣର ଜଙ୍ଗଲ ଜମି ପଟ୍ଟା ସହିତ ସେହି ଜମିର ନକ୍ସା ଦିଆଯିବା କଥା । କିନ୍ତୁ ସମସ୍ତ ହିତାଧିକାରୀଙ୍କୁ ସମାନ ପରିମାଣର ପଟ୍ଟା ଦିଆଯାଇଥିବା ବେଳେ ସେହି ଜାଗାର ନକ୍ସା ଦିଆଯାଇ ନାହିଁ । ତେଣୁ ତୁରନ୍ତ ହିତାଧିକାରୀଙ୍କୁ ନକ୍ସା ଦେବା ପାଇଁ ନୂଆଗାଁ ତହସିଲଦାର ପ୍ରଭାକର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଆଚରଣବିଧି ଲାଗୁହେବା ପୂର୍ବରୁ ସେହି ସ୍ଥାନକୁ ଚାଷ ଉପଯୋଗୀ କରିବାର ବ୍ୟବସ୍ଥା ପାଇଁ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କୁ କମିଶନର ନିର୍ଦ୍ଦେଶ ଦେଇଥିଲେ । କମିଶନର ଜାମୁଡା ଲୋକମାନଙ୍କୁ ସେମାନଙ୍କର ସ୍ବାସ୍ଥ୍ୟ, ଅଙ୍ଗନଓ୍ବାଡି କେନ୍ଦ୍ର, ଆବାସ ଯୋଜନା, ଭତ୍ତା, ରାଶନ କାର୍ଡ ଆଦି ବିଷୟରେ ପଚାରି ବୁଝିଥିଲେ ।...

ଫୋଟୋ - http://v.duta.us/CU6yagAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7cEa8QAA

📲 Get Upakula-odisha News on Whatsapp 💬