[upakula-odisha] - ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

  |   Upakula-Odishanews

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରତ୍ନାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି। ସୂଚନାଯୋଗ୍ୟ, ରତ୍ନାକର ଭୁବନେଶ୍ୱରର ଟଙ୍କପାଣିସ୍ଥିତ ଏକ ଫାର୍ମ ହାଉସ୍‌ରେ କାମ କରୁଥିଲେ । ସେ ତାଙ୍କ ସହଯୋଗୀଙ୍କୁ ଏକ ବାଇକ୍‌ (ନଂ.ଓଡି୦୨ବିଏ୧୬୦୯)ରେ ବସାଇ ମାଷ୍ଟରକ୍ୟାଣ୍ଟିିନଦେଇ ବାଣୀବିହାର ଯାଉଥିଲେ ା ଅପରାହ୍ନ ପ୍ରାୟ ୧ଟାରେ ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକ ଅତିକ୍ରମ କରୁଥିବାବେଳେ ବ୍ରହ୍ମପୁରରୁ ଆସୁଥିବା ଏକ ଘରୋଇ ଟୁରିଷ୍ଟ ବସ୍‌ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ରତ୍ନାକରଙ୍କ ମୁଣ୍ଡ ଉପରେ ବସ୍‌ ଚଢିଯିବା ପରେ ହେଲ୍‌ମେଟ୍‌ ଚୂନା ହେବା ସହ ମୁଣ୍ଡରେ ଗଭୀର କ୍ଷତ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ବ୍ୟବଚ୍ଛେଦ ସମୟରେ ତାଙ୍କ ବାପା ସୁବାସ ଚନ୍ଦ୍ର ଖଟୁଆ ଓ ପରିବାର ଲୋକେ ରତ୍ନାକରଙ୍କ ୨ ଚକ୍ଷୁ ସ୍ବାସ୍ଥ୍ୟ ବିଭାଗକୁ ଦାନ କରିବାକୁ କହିଥିଲେ । ପରେ ତାଙ୍କର ଚକ୍ଷୁ ଦାନ କରାଯାଇଥିଲା।

ଫୋଟୋ - http://v.duta.us/86CjNQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/QlVlKAAA

📲 Get Upakula-odisha News on Whatsapp 💬