[upakula-odisha] - ବାଇଚଢ଼େଇ, ଖଜୁରୀ, ତାଳଗଛ ସୁରକ୍ଷା ପାଇଁ ସଚେତନତା: ମନ ଢାଳିଛନ୍ତି ପରିବେଶପ୍ରେମୀ ଅନ୍ତର୍ଯାମୀ ସାହୁ

  |   Upakula-Odishanews

ଖଣ୍ଡପଡ଼ା,୧୫ା୨(ଅଜୟ କୁମାର ମହାରଣା)-କଣ୍ଟିିଲୋ ଓ ଏହାର ଆଖପାଖ ଅଞ୍ଚଳରୁ ଦୀର୍ଘ ବର୍ଷ ହେବ ଖଜୁରି, ତାଳ ଆଦି ଗଛ ଓ ବାଇଚଢ଼େଇଙ୍କ ବଂଶ କ୍ରମଶଃ ହ୍ରାସ ପାଉଥିବାରୁ ଏଥିନେଇ ଜଣେ ପରିବେଶପ୍ରେମୀ ବିଶେଷ ଭାବେ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଏହାର ସୁରକ୍ଷା ନେଇ କାର୍ଯ୍ୟକରିବା ସହ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି। ତେଣୁ କେହି କେହି ତାଙ୍କୁ ବୃକ୍ଷସାର୍‌ ବୋଲି କହିଥାନ୍ତି। ସେ ପରିବେଶ ସୁରକ୍ଷା ତଥା ଜୀବଜନ୍ତୁମାନଙ୍କ ବଂଶବୃଦ୍ଧି ଦିଗରେ ଅହରହ ମନପ୍ରାଣ ଢାଳି ଦେଇଥିବା ସମସ୍ତଙ୍କ ମୁହଁରେ ଶୁଣାଯାଏ। ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତସ୍ଥ କୃଷ୍ଣେଶ୍ୱରପାଟଣା ଗ୍ରାମର ଏହି ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯାମୀ ସାହୁ ସ୍ଥାନୀୟ ଅଞ୍ଚଳରେ ଜଣେ ପରିବେଶପ୍ରେମୀ ଭାବରେ ବେଶ୍‌ ପରିଚିତ। ସେ ବାଇଚଢ଼େଇର ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ସଚେତନ କରାଇଥାନ୍ତି। କାରଣ ବାଇଚଢେଇ ପ୍ରତି ଛୋଟ ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ଆଦର ରହିଛି ା ତେଣୁ ଓଡ଼ିଶାର ବିିଭିନ୍ନ ଲୋକଗୀତରେ ‘ବାଇ ଚଢ଼େଇ ନାନା ବାଇଗୀତ’ କିଏ ବା ନ ଜାଣେ। ‘ବାଇଚଢ଼େଇରେ ବାଇ ଚଢ଼େଇ ତୋ ମା’ଯାଇଛି ଗାଈ ଚରେଇ’ ଗୀତ ପିଲାମାନଙ୍କୁ ବୟସ୍କ ବ୍ୟକ୍ତି, ବୁଢୀ ମା’ ଜେଜେ ଏପରି କି ଅତୀତରେ ବୋଉ ମଧ୍ୟ ଶୁଣାଉଥିଲେ। ଏହାଦ୍ୱାରା ପିଲାମାନଙ୍କ ମନ ପରିବର୍ତ୍ତନ ହୋଇଯାଉଥିଲା ା ଖଜୁରି ଗଛରେ ବାଇଚଢେଇ ବସା ବାନ୍ଧିଥାଏ ା ବିଶେଷ କରି ତାଳଗଛ ଝଡ଼, ବର୍ଷା ଓ ତୋଫାନରେ ମଧ୍ୟ ଭାଙ୍ଗି ନ ଯାଇ ସ୍ଥିର ରହୁଥିବାରୁ ବାଇ ଏଠାରେ ବସା ବାନ୍ଧି ଅଣ୍ଡା ଦେଇ ତା’ର ବଂଶ ବୃଦ୍ଧି ଘଟାଇଥାଏ ା ତେଣୁ ଲୋକଗୀତରେ ପୁଣି କୁହାଯାଇଥାଏ, ‘ବାଇ ଚଢ଼େଇରେ ବାଇଚଢ଼େଇ ବାଆ କଲେ ବସା ଦୋହଲୁଥାଇ’ ା ତେବେ ସମ୍ପ୍ରତି ତାଳ ଓ ଖଜୁରି ଗଛ ଆଦି ଲୋପ ପାଇଯାଉଥିବାରୁ ଏହି ଚଢ଼େଇର ବଂଶବୃଦ୍ଧି ପ୍ରତି ବିପଦ ସୃଷ୍ଟି ହୋଇଛି। ବିଶେଷତଃ ତାଳଗଛ ନ ଥିବାରୁ ବାଇ ଅନେକ ସମୟରେ ଟେଲିଫୋନ, ବିଦ୍ୟୁତ ତାର କିମ୍ବା ବାବୁଲ୍‌ ଆଦି ଗଛରେ ବସା ବାନ୍ଧୁଛି। ଏଭଳି ପରିସ୍ଥିତି ଉକ୍ତ ଚଢ଼େଇର ବଂଶବୃଦ୍ଧି ଓ ଆମେମାନେ ଦେଖିବାକୁ ପାଉଥିବା ସୁନ୍ଦର ଦୃଶ୍ୟ ପ୍ରତି ପ୍ରତିବନ୍ଧକ ସୃଷ୍ଟି କରିଛି। ତେଣୁ ବୃକ୍ଷଗୁଡ଼ିକର ସଂରକ୍ଷଣ ଓ ରୋପଣ ପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବା ଉଚିିତ ବୋଲି ଅନ୍ତର୍ଯାମୀ କହିଥାନ୍ତି ା ଅତୀତରେ ଓ ଏବେ ମଧ୍ୟ ଅନେକ ସ୍ଥାନରେ ତାଳପତ୍ର ଜାତକ, ହସ୍ତଶିଳ୍ପ, ସୁନ୍ଦର ପଟଚିତ୍ର ଆଦି ଦେଖିବାକୁ ମିଳେ। ଖରାଦିନେ ପାଚିଲା ଖଜୁରି ପିଲାମାନଙ୍କର ଅତି ପ୍ରିୟ ଖାଦ୍ୟ ହୋଇଥାଏ। ଆମେ ମଧ୍ୟ ତାଳସଜ ଖାଇଥାଉ। ତାଳରୁ ଗୁଡ଼ ପ୍ରସ୍ତୁତ କରାଯାଏ। ଖଜୁରି ଗଛର ପତ୍ରରୁ ପ୍ରସ୍ତୁତ ଝାଡୁର ଆଦର ରହିଛି। ତେଣୁ ସାହୁ ଗତ କିଛିବର୍ଷ ଧରି କଣ୍ଟିଲୋ ଓ ଭାପୁର ଅଞ୍ଚଳର ବିଭିନ୍ନ ନଦୀବନ୍ଧ, ରାସ୍ତାକଡ଼ ଓ ପାହାଡ ପାଦଦେଶରେ ସଂପୃକ୍ତ ପକ୍ଷୀମାନଙ୍କ ବଂଶ ବୃଦ୍ଧି ଓ ସମସ୍ତଙ୍କ ହିତ ନିମନ୍ତେ ତାଳ, ଖଜୁରି, ନିମ୍ବ, ଡିମ୍ବିରି ଆଦି ଚାରାରୋପଣ କରି ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସେ କୁହନ୍ତି, ଏଭଳି ବୃକ୍ଷରୋପଣ ଦ୍ୱାରା ନଦୀବନ୍ଧ ସୁଦୃଢ଼ ହେବା ସହ ମନୁଷ୍ୟ ଓ ପଶୁପକ୍ଷୀ କିଛି ପରିମାଣର ଆହାର ପାଇପାରିବେ ା ମରାମତି ପରେ ମାଳବନ୍ଧଗୁଡିକରେ ତାଳ, ଖଜୁରିଗଛ ରୋପଣ କଲେ ବନ୍ଧ ସୁଦୃଢ଼ ହେବା ସହ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ । ତେଣୁ ସେ ପ୍ରତିଦିନ ସକାଳେ ବିଭିନ୍ନ ରାସ୍ତା ପାର୍ଶ୍ୱ, ନଦୀବନ୍ଧ କଡ଼ରେ ଲଗାଇଥିବେ ଖଜୁରି ଓ ତାଳଗଛର ସୁରକ୍ଷା ପ୍ରତି କାର୍ଯ୍ୟ କରିଥାନ୍ତି।

ଫୋଟୋ - http://v.duta.us/W4rQyAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/k3BmTAAA

📲 Get Upakula-odisha News on Whatsapp 💬