[upakula-odisha] - ୬୦ ପ୍ୟାକେଟ୍‌ ଦେଶୀମଦ ଜବତ, ଜଣେ ଜେଲ୍‌

  |   Upakula-Odishanews

ରଣପୁର,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ମହୁଲିଆ ଗ୍ରାମରୁ ଗୁରୁବାର ରଣପୁର ପୋଲିସ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୬୦ ପ୍ୟାକେଟ୍‌ ଦେଶୀ ମଦ ପାଉଚ୍‌ ଜବତ କରିଛି। ଏହି ଗ୍ରାମର ଗୌରାଙ୍ଗ ସାହୁ (୬୦)ଙ୍କ ଘରୁ ମଦ ଜବତ ପରେ ରଣପୁର ଥାନାରେ ନଂ ୩୨/୧୯ ମାମଲା ରୁଜୁ କରାଯାଇ ତାଙ୍କୁ ରଣପୁର କୋର୍ଟକୁ ଚାଲାଣ କରାଯାଇଛି ା ଗୌରାଙ୍ଗଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଣପୁର ଉପକାରାଗାରକୁ ପଠାଇ ଦିଆଯାଇଛି ା ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ବୃଦ୍ଧି ପାଉଥିବା ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ ପୋଲିସ ପଦକ୍ଷେପ ଗ୍ରହଣ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ। ତେବେ ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ପୋଲିସ ଉକ୍ତ ଚଢ଼ାଉ କରିଥିଲା। ଏସ୍‌.ଆଇ ପ୍ରୀତି ପ୍ରକାଶ ମହାନ୍ତି ଓ ଷ୍ଟାଫ୍‌ ଉକ୍ତ ଚଢ଼ାଉ କରିଥିଲେ।

ଫୋଟୋ - http://v.duta.us/E1SdxQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Cnk39gAA

📲 Get Upakula-odisha News on Whatsapp 💬