[anugul-dhenkanal] - ଟାଟା ଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଚିତ୍ରକଳା ଶିବିର: ରଙ୍ଗତୂଳୀର ଚମତ୍କାର ସଙ୍ଗମ

  |   Anugul-Dhenkanalnews

ଓଡ଼ାପଡ଼ା, ୮।୨(ଡି.ଏନ.ଏ.)- କେଉଁଠି ଶିଳ୍ପ ତ ଆଉ କେଉଁଠି ଶ୍ରମିକର କଥା। ତା’ ସାଙ୍ଗକୁ ରହିଥିଲା ସାମାଜିକ ସଚେତନତା ବାର୍ତ୍ତା। କଥା କହିଥିଲା ରଙ୍ଗତୁଳୀ। ଶିଳ୍ପୀ ହାତର କାଉଁରୀ ସ୍ପର୍ଶରେ ଜୀବନ୍ତ ହୋଇଉଠିଥିଲା କାନ୍‌ଭାସ। କଳା, କଳାକାର ଏବଂ ସୃଜନଶୀଳତାର ଏପରି ଏକ ଚମତ୍କାର ସଙ୍ଗମ ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲା କଣ୍ଟାବଣିଆସ୍ଥିତ ଟାଟ ାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ଆୟୋଜିତ ‘ଆର୍ଟ-ଇନ୍‌-ଇଣ୍ଡଷ୍ଟ୍ରି’ ଶୀର୍ଷକ ସ୍ବତନ୍ତ୍ର ଚିତ୍ରକଳା ଶିବିରରେ। ଉକ୍ତ ଦୁଇଦିନିଆ ଆବାସିକ ଶିବିରରେ ଜିଲା ସମେତ ଦେଶର ବିଭିନ୍ନ ସ୍ଥାନରୁ ୨୦ଜଣ ବରିଷ୍ଠ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ଏଥିସହ ୨୩ ଜଣ ଛାତ୍ରୀଛାତ୍ରଙ୍କୁ ଚିତ୍ରକଳା ସମ୍ପର୍କରେ ଦିଆଯାଇଥିଲା ପ୍ରଶିକ୍ଷଣ।ବିଶିଷ୍ଟ ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ବଛା ବଛା ୨୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। କମ୍ପାନୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର କୁସୁପଙ୍ଗା ହାଇସ୍କୁଲ, କୁରୁଣ୍ଟି ହାଇସ୍କୁଲ, ଖଳିବେରେଣୀ ହାଇସ୍କୁଲ, ଜିଏମ୍‌ଆର ଡିଏଭି ପବ୍ଲିକ ସ୍କୁଲ, ବ୍ରାହ୍ମଣୀ ପବ୍ଲିକ ସ୍କୁଲର ୨୩ଜଣ ଛାତ୍ରୀଛାତ୍ର ଶିବିରାର୍ଥୀ ଭାବେ ଅଂଶଗ୍ରହଣ କରିଥିଲେ। ଗ୍ରାମାଞ୍ଚଳର ଚିତ୍ରଶିଳ୍ପୀଙ୍କୁ ଜାତୀୟସ୍ତରରେ ପହଞ୍ଚାଇବା ଲାଗି ଏପରି ସୁଯୋଗ ସୃଷ୍ଟି କରିଥିଲେ ପଞ୍ଜାବର ବିଶିଷ୍ଟ ଚିତ୍ରଶିଳ୍ପୀ ବଳରାମ ଗମ୍ଭୀର। କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ରାଜୀବ ସିଂହଲ ଏହାକୁ ଉଦ୍‌ଘାଟନ କରି କହିଲେ, ଟାଟା ଷ୍ଟିଲ ବିଏସଏଲ୍‌ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, କଳାସାହିତ୍ୟ, ଜୀବନଜୀବିକା, କଳାକୁ ପ୍ରୋତ୍ସାହିତ କରିଆସୁଛି। ଆଗାମୀ ଦିନରେ ଏଭଳି ଏକାଧିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଓଡ଼ିଶା ଲଳିତକଳା ଏକାଡେମୀର ପୂର୍ବତନ ସଚିବ ତଥା ବି.କେ. ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରମଣି ବିଶ୍ୱାଳ, ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ମାନସ ଜେନା, କମ୍ପାନୀ ସିଓଓ ସୁବୋଧ ପାଣ୍ଡେ, ଇଡି ଅକ୍ଷୟ ସାକ୍ସେନା ଓ କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଢେଙ୍କାନାଳ ଜିଲା ଚିତ୍ରଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ଷଣ୍ଢ ଶିବିରରେ ଯୋଗଦେଇଥିଲେ।

ଫୋଟୋ - http://v.duta.us/CqpOsgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/NZASGQAA

📲 Get Anugul-dhenkanal News on Whatsapp 💬