[anugul-dhenkanal] - ସ୍କୁଲ ଯାଉଥିବା ସମ୍ପର୍କୀୟ ଭଉଣୀଙ୍କୁ ବଳାତ୍କାର

  |   Anugul-Dhenkanalnews

ଅନୁଗୋଳ ଅଫିସ, ୮।୨- ଅନୁଗୋଳ ଥାନା ଅଞ୍ଚଳର ଏକ ବାଳିକା ବିଦ୍ୟାଳୟକୁ ଯାଉଥିବା ନାବାଳିକା ଭଉଣୀଙ୍କୁ ବୁଧବାର ରାସ୍ତାରୁ ଉଠାଇ ନେଇ ସମ୍ପର୍କୀୟ ଭାଇ ସୁମିତ ସ୍ବାଇଁ (୨୩) ଓରଫ ସାଗର ଆଠଗଡ଼ ଜଙ୍ଗଲରେ ବଳାତ୍କାର କରିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଛୁରି ଦେଖାଇ ବଳାତ୍କାର ପରେ ଭଉଣୀଙ୍କୁ ନେଇ ରାଜ୍ୟ ବାହାରକୁ ଖସି ଯିବାକୁ ଭୁବନେଶ୍ୱର ଷ୍ଟେଶନରେ ଅପେକ୍ଷା କରିଥିବା ଅଭିଯୁକ୍ତ ଭାଇ ସାଗରଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ନଂ. ୯୩/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରାଇଛି। ଗୁରୁବାର ଅଭିଯୁକ୍ତ ସାଗରଙ୍କୁ କୋର୍ଟଚାଲାଣ କରାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ନାବାଳିକା ଭଉଣୀ ସାଙ୍ଗମାନଙ୍କ ସହ ସ୍କୁଲ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ଭାଇ ସାଗର ଏକ ବାଇକ୍‌ (ନଂ.ଓଡି୧୯ଜେ-୬୯୧୩)ରେ ଆସି ଭଉଣୀଙ୍କ ବେକରେ ଛୁରି ଲଗାଇ ତାଙ୍କ ସହ ଯିବାକୁ ବାଧ୍ୟ କରିଥିଲେ। ଭୟରେ ଭଉଣୀ ଗାଡ଼ି ପଛରେ ବସିବା ପରେ ସାଗର ଆଠଗଡ଼ ଦେଇ ତାଙ୍କୁ ଭୁବନେଶ୍ୱର ଅଭିମୁଖେ ନେଇଯାଇଥିଲେ। ହେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ ଜଙ୍ଗଲ ମଧ୍ୟରେ ଭଉଣୀଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କୁ ରାଜ୍ୟ ବାହାରକୁ ନେଇଯିବାକୁ ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପିଛା କରୁଥିବା ଅନୁଗୋଳ ପୋଲିସ ସେଠାରେ ପହଞ୍ଚି ସାଗରଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଅଭିଯୁକ୍ତ ସାଗର ନିଜ ଦୋଷ ସ୍ବୀକାର କରିବା ସହ ସମ୍ପର୍କୀୟ ଭଉଣୀଙ୍କୁ ପୂର୍ବରୁ ଭଲ ପାଉଥିବା ଓ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଦେଖାଦେବାରୁ ରାଗରେ ଏପରି କରିଥିବା ପୋଲିସକୁ କହିଥିଲେ। ଅପରପକ୍ଷରେ ସମ୍ପୃକ୍ତା ନାବାଳିକା ଭଉଣୀ ଥାନାରେ ବଳାତ୍କାର ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଡାକ୍ତରୀ ମାଇନା କରିଥିଲା। ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି। ଅଭିଯୁକ୍ତ ବ୍ୟବହାର କରିଥିବା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/QpcijwAA

📲 Get Anugul-dhenkanal News on Whatsapp 💬