[balasore] - ଉଦଳା ସହରାଞ୍ଚଳରୁ ବ୍ୟାନର, ହୋଡିଂ ଉଚ୍ଛେଦ କଲା ଏନଏସି

  |   Balasorenews

ଉଦଳା, ୮।୨(ଡି.ଏନ.ଏ.)-ଉଦଳା ମୁଖ୍ୟ ସହରାଞ୍ଚଳରେ ଦୀର୍ଘ ଦିନ ଧରିଥିବା ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ହୋଇଥିବା ଜବରଦଖଲକୁ ଉଦଳା ଏନଏସି ଉଚ୍ଛେଦ କରିଛି| ତାଛଡା ନୂଆବର୍ଷ ଠାରୁ ମକର ଉତ୍ସବ ନିମନ୍ତେ ରାସ୍ତା ପାର୍ଶ୍ୱରେ ବିଭିନ୍ନ ରାଜନୈତିକ ଦଳ ଏବଂ ବ୍ୟବସାୟିକ ପ୍ରଚାର ନିମନ୍ତେ ଲଗାଯାଇଥିବା ବ୍ୟାନର ଗୁଡିକୁ ମଧ୍ୟ ଏନଏସି ପକ୍ଷରୁ ଉଚ୍ଛେଦ କରି ଦିଆଯାଇଛି ା ଗୁରୁବାର ଦିନ ଦଶଟା ଠାରୁ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ ପୋଲିସ୍‌ ସହାୟତାରେ ଉପସ୍ଥିତ ରହି କର୍ମଚାରୀଙ୍କୁ ଲଗାଇ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ ା କାର୍ଯ୍ୟନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକଙ୍କ ସୂଚନା ଅନୁସାରେ କୌଣସି ରାଜନୈତିକ ଦଳର ବ୍ୟକ୍ତିବିଶେଷ କିମ୍ବା ବ୍ୟବସାୟ ପ୍ରତିଷ୍ଠାନର ପ୍ରଚାର ନିମନ୍ତେ ବ୍ୟାନର ପୋଷ୍ଟର ଆଦି ଏନଏସି ଇଲାକାରେ ଲଗାଉଥିବା ବେଳେ ଏନଏସି କାର୍ଯ୍ୟାଳୟରୁ କୌଣସି ଅନୁମତି ନେଉ ନାହାନ୍ତି ା ଯାହାକୁ ନେଇ ଦୀର୍ଘ ଦିନ ଧରି ରାସ୍ତା ପାର୍ଶ୍ୱରେ ବଡ ବଡ ହୋଡିଂ ଲଗାଇ ରାସ୍ତାକୁ ସଙ୍କୁଚିତ କରୁଛନ୍ତି। ବ୍ୟାନର କିମ୍ବା ହୋଡିଂ ଲଗାଇଲେ ଏନଏସି କାର୍ଯ୍ୟାଳୟର ଅନୁମତି ନିହାତି ଜରୁରୀ। ନଚେତ୍‌ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/AMu0ggAA

📲 Get Balasore News on Whatsapp 💬