[balasore] - କେନ୍ଦୁପତ୍ର ଡିଏଫଓ କାର୍ଯ୍ୟାଳୟ ଘେରାଉ

  |   Balasorenews

କେନ୍ଦୁଝର, ୮ା୨(ସ୍ବ.ପ୍ର.): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କେନ୍ଦୁଝର ଡିଭିଜନ ପକ୍ଷରୁ ସ୍ଥାନୀୟ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ (ଡିଏଫଓ)ଙ୍କ କାର୍ଯ୍ୟାଳୟକୁ ଗୁରୁବାର ଘେରାଉ କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ଘେରାଉ ହୋଇଛି। ସରକାର ସର୍ବନିମ୍ନ ମଜୁରି ନେଇ ଗତ ଅକ୍ଟୋବର ୩୦ରେ କାର୍ଯ୍ୟକାରୀ କରିଥିଲେ। ଅଦ୍ୟାବଧି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୂଲ୍ୟ ଓ କର୍ମଚାରୀଙ୍କ ମଜୁରି କାର୍ଯ୍ୟକାରୀ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ କାର୍ଯ୍ୟକାରୀ କରିବାକୁ ଡିଏଫଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। କେନ୍ଦୁପତ୍ର ତୋଳାଳି, ମୁନସୀ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀଙ୍କ ଉନ୍ନତି ପାଇଁ ସରକାର ବହୁ ଜନହିତକାରୀ ଯୋଜନା ପ୍ରସ୍ତୁତ କରିବା ସହ ନିଯୁକ୍ତି ଦେଇ ଆସୁଛନ୍ତି। ଚଳିତ ବର୍ଷ କେନ୍ଦୁପତ୍ର ଉପତ୍ାଦନ ଲକ୍ଷ୍ୟଧାର୍ଯ୍ୟ ହ୍ରାସ ପାଇଥିବାରୁ ନିଯୁକ୍ତି ହ୍ରାସ ଆଶଙ୍କା ଦେଖାଦେଇଛି ବୋଲି ସଙ୍ଗଠନର କେନ୍ଦୁଝର ଡିଭିଜନ ସମ୍ପାଦକ ରୋହିତ ଚୌଧୁରୀ କହିଛନ୍ତି।...

ଫୋଟୋ - http://v.duta.us/Jr6f9AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/CX34qQAA

📲 Get Balasore News on Whatsapp 💬