[balasore] - କମେଣ୍ଟ ମାରିବା ସହ ଆକ୍ରମଣ ମାମଲା: ଦୋଷୀଙ୍କୁ ୨ ବର୍ଷ ଜେଲ

  |   Balasorenews

ଭଦ୍ରକ ଅଫିସ, ୮।୨ - ଏକ କମେଣ୍ଟ ମରା ଓ ଆକ୍ରମଣ ମାମଲାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅମିୟ ରଞ୍ଜନ ଜେନା ଦୋଷୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୧୫ ଜୁନ ୩୦ ତାରିଖ ସନ୍ଧ୍ୟାରେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ସାଳନ୍ଦୀ କଲୋନୀର ରାଜୀବ କୁମାର ଦାସ ତାଙ୍କ ସାଙ୍ଗ ସହ ଯାଉଥିବା ବେଳେ ସେହି କଲୋନୀର ଶୁଶୃତ ଶେଖର ପରିଡା ତାଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ ମାରିଥିଲେ। ରାଜୀବ ପ୍ରତିବାଦ କରିବାରୁ ଶୁଶୃତ ଏକ ଲୁହାରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ରାଜୀବ ଭଦ୍ରକ ଟାଉନ ଥାନାରେ ଏତଲା ଦେବା ପରେ ଏକ ମାମଲା(ନଂ.୨୧୯/୧୫) ରୁଜୁ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ଶୁଶୃତଙ୍କ ନାମରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। କୋର୍ଟ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଅଭିଯୁକ୍ତ ଶୁଶୃତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ୍‌ ଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ଆଡିସନାଲ ପିପି ଯତିକାନ୍ତ ନାୟକ ଉକ୍ତ ମାମଲା ପରିଚାଳନା କରୁଥିଲେ।

ଫୋଟୋ - http://v.duta.us/uTX6pwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/jCxY7AAA

📲 Get Balasore News on Whatsapp 💬