[balasore] - ଚୋରା ବାଲି ଖାଦାନକୁ ବିରୋଧ କରି ରାସ୍ତାରୋକୋ

  |   Balasorenews

ସଜନାଗଡ଼, ୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତହସିଲ ଅଧିନ ପୁନ୍ଦାଳ ବାଲିଖାଦାନରୁ ପ୍ରତିଦିନ ବାଲି ମାଫିଆ ମାନେ ଶହ ଶହ ଟ୍ରିପ ବାଲି ଚୋରାରେ ଉଠାଉଛନ୍ତି। ନୀଳଗିରିରେ ସରକାରୀ ଭାବେ ୪ଟି ବାଲି ଖାଦାନକୁ ସ୍ବୀକୃତି ମିଳିଥିବା ବେଳେ ପୁନ୍ଦାଳ କୂଳରେ ଏଭଳି ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ତେବେ ବାଲି ଉଠାଣ ଯୋଗୁ ସୋନ ନଦୀର ଗତିପଥ ପରିବର୍ତ୍ତନ ହୋଇ ବନ୍ୟା ସମୟରେ ଗାଁ ମୁହାଁ ହେବାର ଆଶଙ୍କା ରହିଛି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଏ ବାବଦରେ ନୀଳଗିରି ତହସିଲଦାର ରାଜେନ୍ଦ୍ର କୁମାର ପଣ୍ଡା ବହୁବାର ପୋଲିସ ଫୋର୍ସ ନେଇ ଚଢ଼ାଉ କରିବାକୁ ଯାଇଥିଲା ବେଳେ ବାଲିମାଫିଆଙ୍କ ଦ୍ୱାରା ଆକ୍ରୋଶର ଶିକାର ହେଉଛନ୍ତି। ମାଫିଆମାନେ ଜୋରଜବରଦସ୍ତ ବାଲି ଗାଡିକୁ ଛଡାଇ ନେଉଛନ୍ତି।

ଚୋରା ବାଲି ଖାଦାନକୁ ବିରୋଧ କରି ଶୁକ୍ରବାର କାଠପାଳ ଗ୍ରାମର ଶତାଧିକ ମହିଳା ପୁରୁଷ ମିତ୍ରପୁର-ଉଦଳା ରାସ୍ତାର କାଠପାଳ ଛକଠାରେ ରାସ୍ତାରୋକୋ କରିଥିଲେ। ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଥିଲା। ନୀଳଗିରି ତହସିଲଦାର ରାଜେନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ରାକେଶ କୁମାର ପଣ୍ଡା, ନୀଳଗିରି ଆଇଆଇସି ନଳିତା ମୋଦି ପୋଲିସ ଫୋର୍ସ ସହ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ପୁନ୍ଦାଳ ବାଲି ଖାଦାନରେ ୧୪୪ ଧାରା ଲାଗୁ କରିବା ପାଇଁ ଆନ୍ଦୋଳନକାରୀ ଅଡି ବସିଥିଲେ। ଶେଷରେ ତହସିଲଦାର ରାଜେନ୍ଦ୍ର ପଣ୍ଡା ଚୋରା ବାଲି ଖାଦାନ ରାସ୍ତାଗୁଡିକୁ ଖୋଳି ଦିଆଯିବା ସହ ପୁନ୍ଦାଳ ବାଲି ଖାଦାନ ପାର୍ଶ୍ୱରେ ପଥର ପ୍ୟାକିଂ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅପରାହ୍ନରେ ରାସ୍ତାରୋକୋ ହଟିଥିଲା। ପଥର ପ୍ୟାକିଂ ପାଇଁ ତହସିଲଦାର ବାଲେଶ୍ୱର ଡ୍ରେନଜ୍‌ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ପଥର ପ୍ୟାକିଂ କରାଗଲେ ନଦୀ ମଧ୍ୟକୁ ଆଉ ଗାଡ଼ି ପ୍ରବେଶ କରିପାରିବ ନାହିଁ ବୋଲି ଲୋକେ ଜଣାଇଛନ୍ତି।

ଫୋଟୋ - http://v.duta.us/6_BCYAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ZU_92QAA

📲 Get Balasore News on Whatsapp 💬