[balasore] - ଜାଲ୍ ଦସ୍ତଖତ କରି ଟଙ୍କା ହଡ଼ପ ଉଦ୍ୟମ: ଜଣେ ଅଟକ
ତିହିଡ଼ି, ୮।୨ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ଗ୍ରାମର ଦେବଦତ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଦସ୍ତଖତକୁ ବ୍ୟାଙ୍କ ଚେକ୍ରେ ଜାଲ୍ କରି ଦୋଳସାହି ୟୁକୋ ବ୍ୟାଙ୍କରୁ ଅଢ଼େଇ ଲକ୍ଷ ଟଙ୍କା ହଡ଼ପ ଉଦ୍ୟମ ହୋଇଥିବା ଅଭିଯୋଗ କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଭଦ୍ରକାଳୀସାହି ଗ୍ରାମର ଆନନ୍ଦ ଦୀକ୍ଷିତ ନାମକ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର ପାଇଁ ଉଦ୍ୟମ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ତିହିଡ଼ି ଥାନା ପୋଲିସ ଏ ନେଇ ଏକ ମାମଲା(ନଂ.୫୩/୧୯) ରୁଜୁ କରି ଗୁରୁବାର ଆନନ୍ଦଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ଦେବଦତ୍ତଙ୍କ ଷ୍ଟିଲ୍ ଫାର୍ମରେ ଆନନ୍ଦ କାର୍ଯ୍ୟ କରୁଥିଲେ। ସେ କୌଶଳକ୍ରମେ ଦେବଦତ୍ତଙ୍କର ଏକ ବ୍ୟାଙ୍କ ଚେକ୍କୁ ଚୋରି କରି ନେଇଯାଇଥିଲେ। ଚେକ୍ରେ ଦେବଦତ୍ତଙ୍କ ଜାଲ୍ ଦସ୍ତଖତ କରି ଅଢ଼େଇ ଲକ୍ଷ ଟଙ୍କା ଦୋଳସାହି ୟୁକୋ ବ୍ୟାଙ୍କରେ ଜମା କରିଥିଲେ। ସେହି ଟଙ୍କାକୁ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଗତମାସ ୧୦ ତାରିଖରେ ବ୍ୟାଙ୍କରେ ଚେକ୍ ଦାଖଲ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ଦେହ କରି ଦେବଦତ୍ତଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଦେବଦତ୍ତ ବ୍ୟାଙ୍କରେ ପହଞ୍ଚି ଏହି ଜାଲିଆତି ସମ୍ପର୍କରେ ଜାଣିବା ପରେ ତିହିଡ଼ି ଥାନାର ଦ୍ୱାରସ୍ଥ ହୋଇଥିଲେ।
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/mcLlOAAA