[balasore] - ତାମିଲନାଡୁରେ ୫ ଶ୍ରମିକ ନିର୍ଯାତିତ: ଅଭିଯୋଗ ଆଣିଲେ ପରିବାର ଲୋକ

  |   Balasorenews

ବାଲେଶ୍ୱର ଅଫିସ, ୮।୨-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ପୁରୁଷୋତ୍ତମପୁରର ୫ଜଣ ଯୁବକ ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ସେଠାରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ମାଲିକ ସେମାନଙ୍କୁ ଚିକିତ୍ସା ଲାଗି ସୁଯୋଗ ନ ଦେବା ସହ ନାନା ନିର୍ଯାତନା ଦେଉଥିବା ଜଣାପଡିଛି। ପରିବାର ଲୋକେ ଏହା ଜାଣିବା ପରେ ଗୁରୁବାର ଶ୍ରମ ଅଧିକାରୀ କୁବେର ବେହେରାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଆବେଦନ କରାଯାଇଛି।

ପୁରୁଷୋତ୍ତମପୁର ଗ୍ରାମର ନିଜାମୁଦ୍ଦିନ ବେଗ ନାମକ ଯୁବକ ପୂର୍ବରୁ ତାମିଲନାଡୁରେ ରହି କାମ କରୁଥିଲେ। ସେ ଗ୍ରାମକୁ ଆସିଥିବା ବେଳେ ଯୁବକମାନେ ତାଙ୍କୁ ଚାକିରି କରାଇ ଦେବାକୁ ଅନୁରୋଧ କରିଥିଲେ। ନିଜାମୁଦ୍ଦିନ ସେଠାରେ ଥିବା ମୋହନ ବିଜିନେସ୍‌ ପାର୍କ ହୋଟେଲ ମାଲିକଙ୍କ ସହ କଥାବାର୍ତ୍ତା କରିବାରୁ ସେ ମାସିକ ୯ହଜାର ଟଙ୍କା ଦରମା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୫ଜଣ ଯୁବକ ୨୦୧୮ ନଭେମ୍ବର ୨୫ ତାରିଖରେ ଟ୍ରେନ ଯୋଗେ ତାମିଲନାଡୁର କୋଏମ୍ବାଟୁର ଯାଇଥିଲେ। ସୁଶାନ୍ତ ଘଡ଼ାଇଙ୍କ ପୁଅ ରାଜୀବ, ଜଳେନ୍ଦ୍ର ରାଉଳଙ୍କ ପୁଅ ମାନସ ଓ ସନାତନ, ୱାଇଦ ବେଗ୍‌ଙ୍କ ପୁଅ ସାମାଉଦ୍ଦିନ ଓ ଆମୁ ୫ଜଣ ମିଶି ଯାଇଥିଲେ। ସେଠାରେ ପହଞ୍ଚତ୍ ୮/୧୦ଦିନ କାମ କରିବା ପରେ ରାଜୀବ, ମାନସ, ସନାତନ ଜ୍ୱର ଏବଂ ବସନ୍ତ ରୋଗରେ ପୀଡ଼ିତ ହୋଇଥିଲେ। ସେମାନେ ହୋଟେଲର ମାଲିକାଣୀଙ୍କୁ ଜଣାଇବା ପରେ ସେ କୌଣସି ଔଷଧପତ୍ର ନ ଦେଇ ଓଲଟା ଧମକଚମକ ଦେଇ କାମ କରାଇଥିଲେ। ଉକ୍ତ ଯୁବକମାନେ ଘରୁ ନେଇଯାଇଥିବା ଟଙ୍କାରେ ଗାଁକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ମାଲିକାଣୀ ଜାଣିପାରି ସେମାନଙ୍କ ପାଖରେ ଥିବା ଟଙ୍କା, ଆଧାରକାର୍ଡ଼, ପାସପୋର୍ଟ ଛଡ଼ାଇ ନେଇଥିଲେ। ସେମାନଙ୍କୁ ଧମକଚମକ ଦେଇ କାମ କରାଇବା ପାଇଁ ବାଧ୍ୟ କରାଯାଉଥିବା ଶ୍ରମିକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ସଞ୍ଜୟ ଘଡ଼ାଇ, ଜଳନ୍ଧର ରାଉଳ, ଜାନକୀ ବେଗ୍‌, ଅଜ୍ଞାନ ବେଗ୍‌, ଓଇଦ ବେଗ ପ୍ରମୁଖ ଶ୍ରମିକମାନଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଜିଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଜିଲା ଶ୍ରମ ଅଧିକାରୀ ଅଭିଯୋଗ ପାଇବା ପରେ ମୋହନ ବିଜିନେସ୍‌ ପାର୍କର ମାଲିକାଣୀଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ଉକ୍ତ ୫ଜଣ ଶ୍ରମିକଙ୍କ ସମ୍ପକର୍ର୍ରେ ପଚାରି ବୁଝିବା ସହ ଯଥାଶୀଘ୍ର ସେମାନଙ୍କୁ ବାଲେଶ୍ୱର ପଠାଇବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରମ ଅଧିକାରୀଙ୍କ କହିବାନୁସାରେ ଆସନ୍ତା ୧୦ ତାରିଖରେ ହୋଟେଲ ମାଲିକାଣୀ ଶ୍ରମିକମାନଙ୍କର ସମସ୍ତ ବକେୟା ଟଙ୍କା ଏବଂ ରେଳ ଟିକେଟ୍‌ କରାଇ ବାଲେଶ୍ୱରକୁ ପଠାଇବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି।

ଫୋଟୋ - http://v.duta.us/lxt0_QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/B6ZwmwAA

📲 Get Balasore News on Whatsapp 💬