[balasore] - ଭାଜପା କୃଷକ ମୋର୍ଚ୍ଚାର ବିକ୍ଷୋଭ

  |   Balasorenews

ଚମ୍ପୁଆ, ୮।୨(ଡି.ଏନ.ଏ.): ୧୨ ଦଫା ଦାବି ନେଇ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୃଷକର ବିକାଶରେ ରାଜ୍ୟ ସରକାର ବାଧକ ହୋଇଛି। କୃଷକଙ୍କ ସ୍ବାର୍ଥ ଲାଗି ପ୍ରଣୟନ କରିଥିବା ଯୋଜନାରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରି ଭାଜପର ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ଚାରୁଲତା ସିଂକୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ବିକ୍ଷୋଭରେ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଜିଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ସାହୁ, ଉପସଭାପତି ସଙ୍କର୍ଷଣ ଜେନା, କାର୍ଯ୍ୟକାରୀ ସଦସ୍ୟ ଶ୍ରୀମନ୍ତ ତ୍ରୀପାଠୀ, ଦୟାନିଧି ଜେନା, ପ୍ରେମାନନ୍ଦ ମିଶ୍ର, ରାଜ୍ୟ ସମ୍ପାଦକ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ୩ ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ସାମିଲେ ହୋଇଥିଲେ। ନିକଲସନ ବନ ବିଦ୍ୟାଳୟ ପାଖରୁ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଏକ ଶୋଭାଯାତ୍ରା ବାହାରି ଉପଜିଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ଏ ନେଇ ଏକ ଖବରଦାତା ସମ୍ମିଳନୀ ଆୟୋଜନ ହୋଇଥିଲା। କାନପୁର ଜଳସେଚନ କାର୍ଯ୍ୟ ତୁରନ୍ତ ଶେଷ କରିବା, କାଳିଆ ଟଙ୍କା କୃଷକଙ୍କୁ ଚିହ୍ନଟ କରି ପ୍ରଦାନ କରିବା, ବନ୍ଦ ପଡିଥିବା ଧାନ ମଣ୍ଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ବୈତରଣୀ ନଦୀର ପାଣିକୁ କମ୍ପାନୀକୁ ନ ଦେଇ ଚାଷୀଙ୍କ ଦ୍ୱାର୍ଥ ପାଇଁ ବ୍ୟବହାର କରିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା।

ଫୋଟୋ - http://v.duta.us/LtZzIAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/YiI5wAAA

📲 Get Balasore News on Whatsapp 💬