[balasore] - ସଙ୍କଟରେ ଶାଳପତ୍ର କୁଟୀର ଶିଳ୍ପ

  |   Balasorenews

କପ୍ତିପଦା, ୮ା୨(ଡି଼.ଏନ୍‌.ଏ) -ମୟୂରଭଞ୍ଜ ଜିଲାର ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର। ଏହି ଆଦିବାସୀ ଲୋକମାନେ ଜଙ୍ଗଲରୁ ମିଳୁଥିବା ଶାଳପତ୍ର, ମହୁଲ, ଟୋଲ ଇତ୍ୟାଦି ଜଙ୍ଗଲରୁ ସଂଗ୍ରହ କରି ନିକଟବର୍ତ୍ତୀ ବଜାରରେ ବିକ୍ରି କରି ସେମାନେ ନିଜର ତେଲ ଲୁଣ ସଂସାର ଚଳାଇଥାନ୍ତି। ବିଶେଷ କରି ଏହି ଅଞ୍ଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତୀରେ ଶାଳପତ୍ରର ପ୍ରମୁଖ ଭୂମିକା ରହିଛି। କିନ୍ତୁ ବର୍ତ୍ତମାନ ଜଙ୍ଗଲଜାତ ସାମଗ୍ରୀ ଉପରେ ବିଭାଗ ତରଫରୁ ନାନା ପ୍ରକାର କଟକଣା ଲାଗୁ କରାଯାଇଥିବାରୁ ସେମାନେ ପୂର୍ବ ପରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିପାରୁ ନାହାନ୍ତି।

କେନ୍ଦ୍ର ସରକାରଙ୍କ ଜିଏସଟି ଓ ରାଜ୍ୟ ସରକାରଙ୍କ ରୟାଲଟିକୁ ଲାଗୁକୁ ନେଇ ଏହି ଶିଳ୍ପ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଶାଳପତ୍ର ବ୍ୟବସାୟର ପେଣ୍ଠସ୍ଥଳ ବେତନଟୀ ଓ ବାଲେଶ୍ୱର ଜିଲାର ବସ୍ତା ତଥା ଅନ୍ୟାନ୍ୟ ମଣ୍ଡି ମାନଙ୍କରେ ଅଚଳାବସ୍ଥା ଦେଖାଦେଲାଣି। ବନ ବିଭାଗ ନିକଟରୁ ରୟାଲଟି ଡିପୋଜିଟ କରି ବ୍ୟବସାୟୀ ମାନେ ଏହି ସବୁ ଜିନିଷର ରପ୍ତାନୀ ପାଇଁ ଟ୍ରାନ୍ସଫର ଟ୍ରାଞ୍ଜିଟ ଆଣିଥାନ୍ତି। ହେଲେ ରପ୍ତାନୀ ବନ୍ଦ ହୋଇଯିବା ଫଳରେ ବ୍ୟବସାୟୀ କିମ୍ବା କୌଣସି ପରିବହନ ସଂସ୍ଥା ଏହି ଟ୍ରାଞ୍ଜିଟ୍‌ ଆଣିବାର ଆବଶ୍ୟକ ପଡୁନାହିଁ ା ଫଳରେ ବନ ବିଭାଗ ରାଜସ୍ବ ହରାଉଛି ା ଏହି ବ୍ୟବସାୟ ପାଇଁ କେତେ ଜିଏସଟି ଲାଗୁ ହେବ ଓ ଏହା ଆଦାୟ କରିବାର ମାଧ୍ୟମ କିପରି ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ରାଜ୍ୟ ସରକାର କୁଇଣ୍ଟାଲ ପ୍ରତି ୮୬ ଟଙ୍କା ରୟାଲଟି ଆଦାୟ କୁରଥିବା ବେଳେ ତାହା ଛାଡ କରିବେ ବୋଲି ଘୋଷଣା କରିଛନ୍ତି। ମାତ୍ର ଏହି ରୟାଲଟି ଛାଡ ବାବଦରେ କାୈଣସି ସରକାରୀ ଚିଠି ଅଦ୍ୟାବଧି ପାଇ ନ ଥିବାର କପ୍ତିପଦା ରେଞ୍ଜର ମହେଶ୍ୱର ସିଂ ପ୍ରକାଶ କରିଛନ୍ତି। କେବଳ କପ୍ତିପଦା ନୁହେଁ ଜିଲାର ୫ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀଙ୍କ ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ସେମାନେ ପ୍ରତ୍ୟହ ସକାଳେ ଆଦିବାସୀ ମହିଳା ଓ ପୁରୁଷମାନେ ଜଙ୍ଗଲକୁ ଯାଇ ଶାଳ ଗଛ ମୂଳେ ପଡିଥିବା ଶୁଖିଲା ପତ୍ରକୁ ଆଣି ଜାଳ ରୂପେ ବ୍ୟବହାର କରୁଥିବା ବେଳେ କଞ୍ଚା ପତ୍ରକୁ ଆଣି ଦୁଇଟି ପତ୍ରକୁ ଯୋଡି ଖଡିକାରେ ସିଲାଇ କରି ଦ୍ୱିପତ୍ରୀ ତିଆରି କରିଥାନ୍ତି। ଏହି ଦ୍ୱିପତ୍ରୀ ୧ ହଜାରକୁ ସେମାନେ ୮୦ ଟଙ୍କା ଦରରେ ବିକ୍ରି କରିଥାନ୍ତି। ଜଣେ ଜଣେ ବ୍ୟକ୍ତି ଦିନକୁ ୩ ହଜାର ପାଖାପାଖି ପାଲି ପ୍ରସ୍ତୁତ କରି ୨ଶହରୁ ୨୫୦ ଟଙ୍କା ପାଖାପାଖି ରୋଜଗାର କରୁଥିବାର ଜଣାଯାଇଛି ା ମୟୂରଭଞ୍ଜ ଜିଲାରୁ ପୂର୍ବରୁ ବହୁ ମାତ୍ରାରେ ଖଲିପତ୍ର ଉତ୍ପାଦନ ହେଉଥିବା ବେଳେ ସେତେବେଳେ ଏହା ଖଲିପତ୍ର ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବା ସହିତ ଏହାର ଆବଶ୍ୟକତାକୁ ପୂରଣ କରୁଥିଲା ା ମାତ୍ର ସରକାର ଶାଳପତ୍ର ଉପରେ କୁଇଣ୍ଟାଲ ପ୍ରତି ୮୬ଟଙ୍କା ରୟାଲଟି ଲାଗୁ କଲେ ା ଫଳରେ ଜିଲା ତଥା ରାଜ୍ୟ ବ୍ୟବସାୟୀମାନେ ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟର ବ୍ୟବସାୟୀଙ୍କ ସହିତ ପ୍ରତିଯୋଗିତା କରି ପାରି ନାହାନ୍ତି। ଯାହା ଫଳରେ ଚାହିଦା କମିବାରୁ ଶାଳପତ୍ର ତୋଳାଳୀ ବି ପ୍ରଭାବିତ ହୋଇଛନ୍ତି। ଜାନୁୟାରୀରୁ ମାର୍ଚ୍ଚ ଓ ଜୁଲାଇରୁ ସେପ୍ଟେମ୍ବର ମାସରେ ପତ୍ର ତୋଳିବା ପରମିଟ ସରକାର ବନ୍ଦ କରିଛନ୍ତି। ପ୍ରତି ୩ ମାସରେ ଥରେ ବର୍ଷରେ ମୋଟ ୬ ମାସ କଟକଣା ଲାଗୁ କରାଗଲା ା ଫଳରେ ୬ ମାସ ବ୍ୟବସାୟ ବନ୍ଦ ରହିବାରୁ ଏହି ବୃତ୍ତି ଓ ବ୍ୟବସାୟରୁ ସମସ୍ତେ ଦୂରେଇ ରହିବାକୁ ଲାଗିଲେ ା ଶାଳପତ୍ର ଉପରୁ ରୟାଲଟୀ ଉଚ୍ଚେଦ ଓ ଜିଏସଟି ଦ୍ୱନ୍ଦ ଦୂର କରିବା ସହିତ ପତ୍ର ତୋଳିବା ସମୟ ଉପରୁ କଟକଣା ନ ଉଠାଇଲେ ଏହି ଶିଳ୍ପ ଦିନେ ହଜିଯିବାକୁ ବସିବ ଏଥିରେ ସନ୍ଦେହ ନାହିଁ ା ଏ ସମ୍ପର୍କରେ କପ୍ତିପଦା ରେର ମହେଶ୍ୱର ସିିଂଙ୍କୁ ପଚାରିବାରୁ ସେ କୁହନ୍ତି ରୟାଲଟି ଲାଗୁ ପରେ ଶାଳପତ୍ର ବ୍ୟବସାୟ ପ୍ରଭାବିତ ହୋଇଛି ା ବର୍ତମାନ ଜିଏସଟିର ଲାଗୁ ପରେ ଏହାର ରୂପରେଖା କଣ ହେବ କହି ହେବ ନାହିଁ ା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/6agRtwAA

📲 Get Balasore News on Whatsapp 💬