[berahampur] - ଚାରି ପରିବାରର ଘର ପୋଡିଗଲା

  |   Berahampurnews

ବେଗୁନିଆପଡା,୮।୨(ଡି.ଏନ୍‌.ଏ.)- ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ପଞ୍ଚାୟତର କଣ୍ଟାପଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ନିଅଁା ଲାଗି ୪ ପରିବାର ଘର ପୋଡିଯାଇଛି। ବିପନ୍ନମାନେ ହେଲେ କେଦାର ଖଟୁଆ, ଡାକ ତାରିଣୀ, ରଙ୍କନାଥ ତାରିଣୀ, ବଳରାମ ନାହାକ। ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୨ଟାରେ ଶୌଚପାଇଁ ଉଠିଥିବା ଗାଁ ଲୋକ ନିଅଁା ଲାଗିଥିବା ଦେଖି ପାଟି କରିଥିଲେ। ଗ୍ରାମବାସୀ କୋଦଳା ଦମକଳ ବାହିନୀକୁ ଜଣାଇଥିଲେ। ଦମକଳ ଘଟଣାସ୍ଥଳରେ ପହଞ୍ଚ ଗ୍ରାମବାସୀଙ୍କ ସହାୟତାରେ ନିଅଁାକୁ ଆୟତ୍ତ କରିଥିଲେ। ଶୁକ୍ରବାର ସକାଳୁ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ଆର. ଆଇ ମଙ୍ଗୁଲୁ ନାୟକ, ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ପୂର୍ବତନ ଜିଲାପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ଘଟଣା ସ୍ଥଳରେ ପହଞ୍ଚତ୍ କ୍ଷତିଗ୍ରସ୍ତଙ୍କୁ ଜରିପାଲ ପ୍ରଦାନ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ଫୋଟୋ - http://v.duta.us/MwvbBgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/DD44FwAA

📲 Get Berahampur News on Whatsapp 💬