[berahampur] - ଜଗନ୍ନାଥଙ୍କୁ ଉଦ୍ଧାର କଲା ଜଗନ୍ନାଥ ସମାଜ

  |   Berahampurnews

ପୁରଷୋତ୍ତମପୁର,୮ା୧(ଡି.ଏନ.ଏ.)- ପୁରୁଷୋତ୍ତମପୁର ଥାନା ତଥା କବିସୂର୍ଯ୍ୟନଗର ବ୍ଲକ ରିଷିପୁର ଗ୍ରାମର ଜଗନ୍ନାଥ ବେହେରା (୪୫) ନାମକ ବ୍ୟକ୍ତି ଘରୁ ଦାଦନ ଖଟିବାକୁ ମୁମ୍ବାଇ ଯାଇ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୧୩ ବର୍ଷ ପରେ ମଣିପୁର ଇମ୍ଫାଲରୁ ପ୍ରବାସୀ ଓଡ଼ିଆ ଶ୍ରୀ ଶ୍ରୀ ଜଗନ୍ନାଥ ଓଡ଼ିଆ ସମାଜ ଓ ପୁରୁଷୋତ୍ତମପୁର ଥାନା ଆଇଆଇସି ଅଜୟ କୁମାର ବାରିକଙ୍କ ସହାୟତାରେ ଗୁରୁବାର ସେ ଘରକୁ ଫେରିଛନ୍ତି। ଏହାକୁ ନେଇ ଜଗନ୍ନାଥଙ୍କ ପରିବାର ଓ ଗ୍ରାମରେ ଖୁସିର ଲହରି ଖେଳିଯାଇଛି। ସୂଚନାଯୋଗ୍ୟ, ଜଗନ୍ନାଥ ୧୩ ବର୍ଷ ତଳେ ଦାଦନ ଖଟିବାକୁ ମୁମ୍ବାଇ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କ ଫେରିବା ବାଟକୁ ବୃଦ୍ଧା ମା’ ଫୁଲ ବେହେରା (୭୦) ଚାହିଁ ରହିଥିବାବେଳେ ସ୍ତ୍ରୀ ବାସନ୍ତି ମଧ୍ୟ ସ୍ବାମୀଙ୍କୁ ଝୁରୁଥିଲେ। ଇତି ମଧ୍ୟରେ ଜଗନ୍ନାଥ ହିଁ ଜଗନ୍ନାଥଙ୍କୁ ସାହା ହୋଇ ମଣିପୁରରୁଉଦ୍ଧାର କରିଛନ୍ତି। ମଣିପୁରର ଇମ୍ଫାଲଠାରେ ଜଗନ୍ନାଥ ବୁଲୁଥିବା ବେଳେ ସେଠିକା ପୋଲିସ ସନ୍ଦେହରେ ଧରି ପ୍ରବାସି ଓଡ଼ିଆ ଶ୍ରୀ ଶ୍ରୀ ଜଗନ୍ନାଥ ଓଡ଼ିଆ ସମାଜକୁ ଜଣାଇଥିଲା। ସେଠାରେ ଥିବା ଯାଜପୁର ଜିଲାର ସଂଗ୍ରାମ ସାମଲ ନାମକ ଯୁବକ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏଙ୍କୁ ଜଣାଇଥିଲେ। ଏସ୍‌ପି ପୁରୁଷୋତ୍ତମପୁର ଆଇଆଇସି ଅଜୟ କୁମାର ବାରିକଙ୍କୁ ଜଣାଇବାରୁ ସେ ଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ବାୟୋଡାଟା ସଂଗ୍ରହ କରି ଏସ୍‌ପିଙ୍କୁ ଦେଇଥିଲେ। ଜଗନ୍ନାଥ ସମାଜ କର୍ମକର୍ତ୍ତା ଆବଶ୍ୟକୀୟ କାଗଜପତ୍ର ଏକାଠି କରି ମଣିପୁର ଏୟାରପୋର୍ଟରୁ ଭୁବନେଶ୍ୱର ଆଣିଥିଲେ। ଜଗନ୍ନାଥ ସମାଜ ଫ୍ଲାଇଟ୍‌ ଟିକେଟ ବାବଦରେ ଖର୍ଚ୍ଚ କରିଥିବା ୧୦ହଜାର ଟଙ୍କା ତାଙ୍କ ନାବାଳକ ପୁଅ ଭିକାରୀ ଦେଇଥିଲେ। ପୁରୁଷୋତ୍ତମପୁର ପୋଲିସ ଆଇଆଇସି ଅଜୟ କୁମାର ବାରିକ, ଏସଆଇ ରମେଶଚନ୍ଦ୍ର ପ୍ରଧାନ ପୋଲିସ ଗାଡିରେ ଗୁରୁବାର ଜଗନ୍ନାଥଙ୍କୁ ନିଜ ଘରେ ପହଞ୍ଚାଇଛନ୍ତି।

ଫୋଟୋ - http://v.duta.us/a3bvwgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tYJy4gAA

📲 Get Berahampur News on Whatsapp 💬