[berahampur] - ପଞ୍ଚାୟତସ୍ତରୀୟ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

  |   Berahampurnews

ବାଲିଗୁଡ଼ା,୮।୨(ଡି.ଏନ୍‌.ଏ.): କନ୍ଧମାଳ ସ୍ବାଭିମାନ ସମାଜ, ସାରଙ୍ଗଡ଼ ଓ ମେଜର ଧ୍ୟାନଚାନ୍ଦ ସ୍ପୋଟର୍‌ସ ଆଣ୍ଡ ଗେମ୍‌ସ ଏକାଡେମୀ, କନ୍ଧମାଳର ମିଳିତ ଉଦ୍ୟମରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର କେ. ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ସାରଙ୍ଗଡ଼ ଖେଳପଡ଼ିଆଠାରେ ପଞ୍ଚାୟତ ସ୍ତରୀୟ ପୁଟବଲ୍‌ ଟୁର୍ନାମେଣ୍ଟ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୨୫ ବର୍ଷରୁ କମ୍‌ ଯୁବକମାନଙ୍କ ମଧ୍ୟରେ ଲିଗ୍‌ ଏବଂ ନକ୍‌ ଆଉଟ ପର୍ଯ୍ୟାୟରେ ଆୟୋଜନ କରାଯାଇଛି। ଏଥିରେ କେ.ନୂଆଗାଁ ପଞ୍ଚାୟତର ୧୨ଟି ଦଳକୁ ୪ଟି ବିଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଚଳିତ ମାସ ୧୭ ତାରିଖରେ ଉଦ୍‌ଯାପନ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲା ପୂର୍ବତନ ବିଶିଷ୍ଟ ଖେଳାଳି ତଥା ରଗ୍‌ବି ଆସୋସିଏଶନର ସଭାପତି ରବିଚନ୍ଦ୍ର ପାଳ, ଆସୋସିଏଶନର ଉପସଭାପତି ତଥା ବିଶିଷ୍ଟ ଫିଜିଓଥେରାପିଷ୍ଟ ଡ. ଅଭିଜିତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଟୁର୍ନାମେଣ୍ଟକୁ ଅଶ୍ୱନୀ କୁମାର ପାତ୍ର, କାମାକ୍ଷାପ୍ରସାଦ ପ୍ରଧାନ ପ୍ରମୁଖ ପରିଚାଳନା କରୁଛନ୍ତି।

ଫୋଟୋ - http://v.duta.us/cqfmngAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/H1XNhQAA

📲 Get Berahampur News on Whatsapp 💬