[berahampur] - ବାପାଙ୍କୁ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

  |   Berahampurnews

ବ୍ରହ୍ମପୁର ଅଫିସ୍‌,୭ା୨- ବ୍ରହ୍ମପୁର ସଦରଥାନା ଅଧୀନ ଲାଠି ଗ୍ରାମର ଦଣ୍ଡାସୀ ସାହିରେ ଗୁରୁବାର ଭୋର୍‌ରେ ଏକ ହତ୍ୟାକାଣ୍ଡ ଘଟିଛି ା ସାହି ଦାଣ୍ଡରେ ନିଜ ବାପାଙ୍କୁ ନିଶାସକ୍ତ ପୁଅ ଅମାନୁଷିକ ଭାବେ ପିଟି ହତ୍ୟା କରିଥିବା ଦେଖିବାକୁ ମିଳିଛି ା ମୃତକ ହେଲେ ଅଭିମନ୍ୟୁ ନାୟକ(୬୦) ା ଏନେଇ ଅଭିମନ୍ୟୁଙ୍କ ସାନଭାଇ ଶିବରାମଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପୁଅ ସୀମାଞ୍ଚଳ ନାୟକଙ୍କୁୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ା ଏ ନେଇ ଥାନାରେ ନଂ. ୨୭/୧୯ରେ ମାମଲା ରୁଜୁ ହୋଇଛି । ଗତ କିଛି ଦିନ ହେଲା ଲାଠି ଗ୍ରାମର ଅଭିମନ୍ୟୁ ସିକିରିସ୍ଥିତ ନିଜ ବଡପୁଅ ନରସିଂହ ନାୟକଙ୍କ ଘରେ ରହିଆସୁଥିଲେ ା ଅଭିମନ୍ୟୁଙ୍କ ସାନ ପୁଅ ସୀମାଞ୍ଚଳ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ଗତ କିଛି ଦିନ ହେଲା ଗଁାକୁ ଆସିଥିଲେ ା ଗତ ମଙ୍ଗଳବାର ନିଜ ବାପା ଓ ବଡ ଭାଇଙ୍କୁ ଭେଟିବା ପାଇଁ ସୀମାଞ୍ଚଳ ସିକିରି ଗଁାକୁ ଯାଇଥିଲେ। ହେଲେ ସେଠାରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳି ହୋଇଥିଲା ା ଫଳରେ ସୀମାଞ୍ଚଳ ଲାଠି ଗ୍ରାମରେ ଥିବା ନିଜ ପୈତୃକ ଘରକୁ ଫେରିଯାଇଥିଲେ ା ବୁଧବାର ରାତିରେ ଅଭିମନ୍ୟୁ ନିଜ ସାନପୁଅ ସୀମାଞ୍ଚଳଙ୍କ ପାଖକୁ କଳହର ସମାଧାନ କରିବାକୁ ଆସିଥିଲେ ା ହେଲେ ନିଶାସକ୍ତ ଅବସ୍ଥାରେ ଥିବା ସୀମାଞ୍ଚଳ ତାଙ୍କୁ ଦେଖି ଉତ୍‌କ୍ଷିପ୍ତ ହୋଇଯାଇଥିଲେ ା ଗୁରୁବାର ଭୋରରେ ବାପା ଅଭମନ୍ୟୁଙ୍କୁ ଘରୁ ବାହାର କରି ସାହି ରାସ୍ତାରେ ସୀମାଞ୍ଚଳ ବାରମ୍ବାର ମୁଥ, ଗୋଇଠା ମାରି ପିଟିବା ପରେ ରାସ୍ତା ପାର୍ଶ୍ୱରେ ଥିବା ଏକ ପଥର ଗଦା ଉପରକୁ ଠେଲି ଦେଇଥିଲେ ା ପଥର ଅଭିମନ୍ୟୁଙ୍କ ମୁଣ୍ଡରେ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା ା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ହତ୍ୟାକାରୀ ପୁଅ ସୀମାଞ୍ଚଳଙ୍କୁ କାବୁକରି ପୋଲିସକୁ ଖବର ଦେଇଥିଲେ ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା ବେଳେ ହତ୍ୟାକାରୀ ପୁଅଙ୍କୁ ଗିରଫ କରିଛି ା...

ଫୋଟୋ - http://v.duta.us/4NYzvAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uJ9yKAAA

📲 Get Berahampur News on Whatsapp 💬