[berahampur] - ବିଶ୍ୱର ଭବିଷ୍ୟତ ପାଇଁ ଛାତ୍ର ସମାଜ କିରଣ ହୁଅନ୍ତୁ : ରାଜ୍ୟପାଳ

  |   Berahampurnews

ବ୍ରହ୍ମପୁର ଅଫିସ, ୮ା୨- ବିଶ୍ୱର ଭବିଷ୍ୟତ ଭାରତର ବିଶ୍ୱବିଦ୍ୟାଳୟ, ସ୍କୁଲ, କଲେଜରୁ ସୃଷ୍ଟି ହୁଏ| ବିଦ୍ୟାର୍ଥୀ ଛାତ୍ର ସମାଜ ଉପରେ ଦୁନିଆର ଭବିଷ୍ୟ ନିର୍ଭର କରିଥାଏ| ବିଶ୍ୱ ତଥା ଆଗାମୀ ପିଢିଙ୍କ ଭବିଷ୍ୟତ ପାଇଁ ଛାତ୍ର ସମାଜ କିରଣ ହୁଅନ୍ତୁ ବୋଲି ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବରେ ସଭାପତିତ୍ୱ କରି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି| ମନୁଷ୍ୟ ମଧ୍ୟରେ ସାରା ବିଶ୍ୱକୁ ଜୟ କରିବାକୁ ଶକ୍ତି ଓ ସାମର୍ଥ୍ୟ ରହିଛି ା ନିଜର ସୀମାବଦ୍ଧତାରୁ ବାହାରି ନିଜସ୍ବ ଅଲୌକିକ ତଥା ଅନ୍ତନିର୍ହିତ ଶକ୍ତିକୁ ମନୁଷ୍ୟକୁ ବୁଝିବାକୁ ହେବ ା ଏହାର ପରିପ୍ରକାଶ କରିବାକୁ ହେବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ା

ବିଦ୍ୟାର୍ଥୀମାନେ କ୍ଷୁଦ୍ର ଲକ୍ଷ୍ୟ ତଥା ସୀମା ମଧ୍ୟରୁ ବାହାରି ନିଜର ଚିନ୍ତାଧାରାକୁ ବିସ୍ତୃତ କରିବାକୁ ସେ ପରାମର୍ଶ ଦେଇଥିଲେ ା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ନାଗେଶ୍ୱର ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ା ଶିକ୍ଷା କ୍ଷେତ୍ରରେ ଦେଖା ଦେଇଥିବା ବୈପ୍ଳବିକ ପରିବର୍ତ୍ତନ ଓ ନୂତନ ଟେକ୍ନୋଲୋଜିର ବ୍ୟବହାର ଏବଂ ଏହାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ା ଶିକ୍ଷା କ୍ଷେତ୍ରରେ ଅନ୍‌ଲାଇନ ତଥା ଡିଜିଟାଲାଇଜେଶନ ଉପରେ ଗୁରୁତ୍ୱ ଦିଆଯାଉଛି ା ଅନ୍‌ଲାଇନ ପାଠ୍ୟକ୍ରମ ସହ ପରୀକ୍ଷା କରିବା ଦିଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ମୁଖ୍ୟଅତିଥି ବକ୍ତବ୍ୟରେ କହିିଥିଲେ ା ସମାବର୍ତ୍ତନ ଉତ୍ସବ ଛାତ୍ରୀଛାତ୍ରଙ୍କ କଠିନ ପରିଶ୍ରମ, ଉଦ୍ୟମର ପ୍ରତିଫଳନ ା ବିଶ୍ୱବିଦ୍ୟାଳୟର ଶିକ୍ଷା ସମାପ୍ତ ପରେ ବିଦ୍ୟାର୍ଥୀଙ୍କ ପ୍ରକୃତ ଶିକ୍ଷାର ଆରମ୍ଭ ହୋଇଥାଏ ା ଏକ ଉନ୍ନତ ଭବିଷ୍ୟତ ଗଠନ କରିବା ସହ ଉତ୍ତମ ମଣିଷ ହେବାକୁ ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ ା କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ନିଜ ସ୍ବାଗତ ଭାଷଣରେ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବାୟୋଟେକ୍ନୋଲୋଜି ବିଭାଗରେ ଡ. ଜି. ପୂର୍ଣ୍ଣଚନ୍ଦ୍ର ନାଗରାଜୁଙ୍କୁ ଡିଏସ୍‌ସି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୫ ଜଣଙ୍କୁ ଡିଲିଟ୍‌ ଏବଂ ୮୩ ଜଣଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଥିଲା ା ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୨ ଛାତ୍ରୀଛାତ୍ରଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା ା ଉତ୍ସବରେ କୁଳସଚିବ ରଞ୍ଜନ ବିଶ୍ୱାଳ ଗବେଷକ ଓ ଛାତ୍ରୀଛାତ୍ରଙ୍କ ନାମ ଘୋଷଣା କରିଥିଲେ ା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ମଞ୍ଚାସୀନ ଥିଲେ ା ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ, ସିନେଟ, ଓ ଏକାଡେମିକ କାଉନସିଲର ସଦସ୍ୟା ସଦସ୍ୟ କର୍ମଚାରୀ ଛାତ୍ରୀଛାତ୍ର, ଗବେଷିକା ଓ ଗବେଷକ ପ୍ରମୁଖ ଉପସ୍ଥିତ ଥିଲେ ା

ଫୋଟୋ - http://v.duta.us/me79zwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/su-2-wAA

📲 Get Berahampur News on Whatsapp 💬