[berahampur] - ରାଜ୍ୟସ୍ତରୀୟ ବାତଜ୍ୱର ନିରାକରଣ ଔଷଧ ସେବନ: ୪ ଜିଲାରେ ଔଷଧ ଖାଇବେ ୭୩ ଲକ୍ଷ

  |   Berahampurnews

ବ୍ରହ୍ମପୁର ଅଫିସ୍‌,୮।୨-ବାତଜ୍ୱର ନିରାକରଣ ପାଇଁ ସମୁହ ଔଷଧ ସେବନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ବ୍ରହ୍ମପୁର ଟାଉନ୍‌ହଲ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ, ଅନୁଗୋଳ, ନୟାଗଡ଼ ଏବଂ ଭଦ୍ରକରେ ଲୋକଙ୍କୁ ଶୁକ୍ରବାର ବାତଜ୍ୱର ଔଷଧ ପ୍ରଦାନ କରାଯାଉଛି। ଏହି ୪ ଜିଲାରେ ମୋଟ ୭୩ ଲକ୍ଷ ଏହା ସେବନ କରିବେ। କେହି ଯଦି ଔଷଧ ସେବନରୁ ବଞ୍ଚିତ ହୁଅନ୍ତି, ତେବେ ୯ ଏବଂ ୧୦ତାରିଖରେ ଆଶା କର୍ମୀ ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଘରକୁ ଘର ଔଷଧ ପ୍ରଦାନ କରିବେ। ପ୍ରତ୍ୟେକ ଲୋକ ଯେଭଳି ଡିଇସି ଏବଂ ଆଲ୍‌ବେଣ୍ଡାଜୋଲ୍‌ ଔଷଧ ଖାଇବେ ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର ସମୁହ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଗଞ୍ଜାମ ଜିଲା ପରିଷଦ ସଭାପତି ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ (ବିଏମସି) କମିଶନର୍‌ ଚକ୍ରବର୍ତ୍ତି ସିଂ ରାଠୋର୍‌, ସ୍ବାସ୍ଥ୍ୟ ସେବାର ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ବିପିନ ବିହାରୀ ପାଣିଗ୍ରାହୀ, ରକ୍ତ ସୁରକ୍ଷା ନିର୍ଦ୍ଦେଶକ ଡା. ସୁଶିଲ କର, ଗଞ୍ଜାମ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଲଲାଟେନ୍ଦୁ ଦାସ, ମେଡ଼ିକାଲ୍‌ ଅଫିସର ଡା. ପି.ସି. ମହାପାତ୍ର ଏବଂ ଅବସରପ୍ରାପ୍ତ ଔଷଧ ବିଶେଷଜ୍ଞ ଡା. ଆର୍‌.ସି.ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଉପକୁଳ ଜିଲାଗୁଡ଼ିକରେ ବାତଜ୍ୱର ଅଧିକ ଦେଖାଦେଇଥାଏ। ଏଣୁ ଏସବୁ ଜିଲାଗୁଡ଼ିକରୁ ବାତଜ୍ୱର ରୋକିବା ପାଇଁ ସମୁହ ଔଷଧ ସେବନ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ହେଉଛି। ମନରେ କୌଣସି ଭ୍ରାନ୍ତ ଧାରଣା ନ ରଖି ସମସ୍ତେ ଔଷଧ ସେବନ କରିବା ଜରୁରୀ ବୋଲି ଅତିଥିମାନେ କହିବା ସହ ନିଜେ ନିଜେ ଔଷଧ ସେବନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଡା. ପ୍ରମିଳା ବରାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଚଳିତ ବର୍ଷ ଉପରୋକ୍ତ ୪ ଜିଲାର ୫୮ ବ୍ଲକ, ୨୩ ସହରାଞ୍ଚଳର ମୋଟ ୯୭୯ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଔଷଧ ପ୍ରଦାନ କରାଯିବ। ମୋଟ ୧୪,୬୫୦ଜଣଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। କାର୍ଯ୍ୟ ତଦାରଖ ପାଇଁ ୧,୪୬୫ ସୁପରଭାଇଜର ରହିଛନ୍ତି। କାର୍ଯ୍ୟକ୍ରମ ସମ୍ପର୍କରେ ୪ ଜିଲାରେ ବ୍ୟାପକ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଛି। ୬୮ ବିଦ୍ୟାଳୟ, କଲେଜ, ଆଶ୍ରମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମୋଟ ୧୬, ୬୦୯ଜଣଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି। ସେହିପରି ୬ ଚର୍ଚ୍ଚ, ୫ ମସ୍‌ଜିଦ୍‌, ଏବଂ ହିନ୍ଦୁଙ୍କ ୬ ଧାର୍ମିକ ସ୍ଥଳରେ ଏକ ଲକ୍ଷ ୫୨ହଜାର ଲୋକଙ୍କୁ ସଚେତନ କରାଯାଇଛି। ଏଥିସହ ୬ ଶିଳ୍ପ ସଂସ୍ଥା, ୧୨ ଟ୍ରକ୍‌ ଓ ବସ୍‌ ମାଲିକ ସଂଘ ଏବଂ ଶ୍ରମିକ ସଂଗଠନଗୁଡ଼ିକରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଫୋଟୋ - http://v.duta.us/Q5AlMwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/lTdprQAA

📲 Get Berahampur News on Whatsapp 💬