[berahampur] - ସାଇନ୍‌ବୋର୍ଡରେ ଶାଳୁଆପଲ୍ଲୀ ଔଷଧୀୟ ଉଦ୍ୟାନ

  |   Berahampurnews

ଭଞ୍ଜନଗର,୮।୨(ଡି.ଏନ.ଏ)- ଔଷଧୀୟ ବୃକ୍ଷର ମହତ୍ୱ, ବୈଦ୍ୟମାନଙ୍କୁ ସହାୟତା ଏବଂ ଲୋକଙ୍କୁ ଔଷଧୀୟ ବୃକ୍ଷର ଆବଶ୍ୟକତା ଲକ୍ଷ୍ୟ ନେଇ ୨୦୦୩ରେ ଶାଳୁଆପଲ୍ଲୀ ନର୍ସରୀ ପରିସରରେ ଔଷଧୀୟ ଉଦ୍ୟାନ ପ୍ରତିଷ୍ଠା ହୋଇଥିଲା। ସେଠାରେ ୧୫୦ରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ସହ ୧୫ ପ୍ରକାର ବାଉଁଶ ଗଛ ଥିଲା। ଉପଯୁକ୍ତ ରକ୍ଷାଣବେକ୍ଷଣ ଅଭାବରୁ ବର୍ତ୍ତମାନ ଉଦ୍ୟାନଟି କେବଳ ସାଇନ୍‌ବୋର୍ଡ଼ରେ ରହିଯାଇଛି। ଏଠାରେ ବାଉଁଶ ଗଛ ହିଁ ବର୍ତ୍ତମାନ ଅଛି। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି। ଯାହାକୁନେଇ ବୈଦ୍ୟ ଏବଂ ପରିବେଶବିତ୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଔଷଧୀୟ ଉଦ୍ୟାନର ପୁନରୁଦ୍ଧାର କରିବା ପାଇଁ ଦାବି ହୋଇଛି। ଦିନଥିଲା ଉକ୍ତ ଉଦ୍ୟାନ ବୁଲିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବୈଦ୍ୟ ଏବଂ ପର୍ଯ୍ୟଟକମାନେ ଆସୁଥିଲେ। ଘୁମୁସର ପାରମ୍ପାରିକ ବୈଦ୍ୟ ସଂଘର ସଭ୍ୟାସଭ୍ୟମାନେ ସେଠାରେ ଗବେଷଣା କରୁଥିଲେ। ତେଣୁ ବୈଦ୍ୟମାନଙ୍କ ପାଇଁ ସଞ୍ଜିବନୀ କୁଟିର ଥିଲା। ଔଷଧୀୟ ଉଦ୍ୟାନର ସୁରକ୍ଷା ପାଇଁ ବିଗତ ଦିନର ଅଧିକାରୀମାନେ ମଧ୍ୟ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଥିଲେ। ଔଷଧୀୟ ଉଦ୍ୟାନର ନିୟମିତ ରକ୍ଷାଣବେକ୍ଷଣ ବିଗତ ୨ବର୍ଷରୁ ଉର୍ଦ୍ଧ୍ୱ ହେବ ଆଉ ହେଉନାହିଁ। ଗତବର୍ଷ ଔଷଧୀୟ ଉଦ୍ୟାନର ରକ୍ଷାଣବେକ୍ଷଣ ପାଇଁ ମାଟି ବଦଳା ଯାଇଥିଲା। ଏହାପରେ ଚାରା ରୋପଣ ଯୋଜନା ଥିଲା। କିନ୍ତୁ ମାଟି ବଦଳାଇବାର ଇତିମଧ୍ୟରେ ଏକ ବର୍ଷରୁ ଉର୍ଦ୍ଧ୍ୱଦିନ ବିତିଯାଇଛି ଗୋଟିଏ ବି ଔଷଧୀୟ ଚାରା ରୋପଣ ସେଠାରେ କରାଯାଇନାହିଁ। କେବଳ ଗଛ ଗୁଡ଼ିକର ସାଇନ୍‌ବୋର୍ଡ଼ ହିଁ ସେଠାରେ ପୋତାହୋଇଛି। ଶାଳୁଆପଲ୍ଲୀ, କଣ୍ଟେଇପଲ୍ଲୀ, ବୁଦୁଲି, ପୁରୁଣାପାଣି, କାଳିଆମ୍ବା ବନ ସୁରକ୍ଷା ସମିତି ସଭ୍ୟାସଭ୍ୟ କାମ ପାଉଥିଲେ ା କିନ୍ତୁ ବନ ସୁରକ୍ଷା ସମିତି ସଭ୍ୟାସଭ୍ୟମାନଙ୍କୁ ମଧ୍ୟ ଠିକ୍‌ ଭାବେ କାମ ମିଳୁନାହିଁ। ବର୍ତ୍ତମାନ ଜଙ୍ଗଲ ବିଭାଗ କୋଠା ଓ ରାସ୍ତା ନିର୍ମାଣରେ ଅଧିକାଶଂ ସମୟ ନେଉଛି। ଜଙ୍ଗଲ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ରାସ୍ତା ଗୁଡ଼ିକରେ ଥିବା ତନଖି ଫାଟକ ୬ମାସ ପୂର୍ବେ ବନ୍ଦ କରିଦିଆଯାଇଛି।

ଫୋଟୋ - http://v.duta.us/a7FPjwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xeiGbQAA

📲 Get Berahampur News on Whatsapp 💬