[berahampur] - ସରିଲା ଅଲିଭ୍‌ ରିଡ୍‌ଲେଙ୍କ ମିଳନ: ଗଣଅଣ୍ଡାଦାନକୁ ଅପେକ୍ଷା

  |   Berahampurnews

ବ୍ରହ୍ମପୁର ଅଫିସ୍‌,୮ା୨- ମାସାଧିକ ସମୟ ଯାଏ ଚାଲିଥିବା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମୂହ ମିଳନ ପର୍ବ ଏଥି ମଧ୍ୟରେ ଶେଷ ହୋଇଯାଇଛି । ଆଉ ଅଳ୍ପ ଦିନର ଅପେକ୍ଷା । ଆରମ୍ଭ ହେବ ଗଣଅଣ୍ଡାଦାନ ପର୍ବ । ମୁହାଣକୁ ଆସି ଅଣ୍ଡାଦେବେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ କଇଁଛ । ଦେଶର ହାତଗଣତି ଯେଉଁ କେତେକ ସ୍ଥାନରେ ଗଣଅଣ୍ଡାଦାନ ହୁଏ, ସେଥିରୁ ଗଞ୍ଜାମ ଉପକୂଳ ଅନ୍ୟତମ। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ତରଫରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି । କଇଁଛ ଏବଂ ଅଣ୍ଡାର ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଫେବୃୟାରୀ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଗଣଅଣ୍ଡାଦାନ ହେବା ଆଶା ରଖିଛି ବନ ବିଭାଗ । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ ବେହେରାଙ୍କ କହିବାନୁଯାୟୀ, ମିଳନ ପର୍ବ ଶେଷ ହୋଇଯାଇଛି। ଏବେ ଗଣଅଣ୍ଡାଦାନକୁ ଅପେକ୍ଷା ରହିଛି। ଏଣୁ ବନ ବିଭାଗ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି। ଋଷକୁଲ୍ୟା ମୁହାଣ ପୁରୁଣାବନ୍ଧଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ପ୍ରାୟ ୪କି.ମି. ଅଞ୍ଚଳରେ ଗଣଅଣ୍ଡାଦାନ ହେବାର ସମ୍ଭାବନା ରହିଛି। ଏଥି ସହ ପୋଡ଼ମପେଟାରୁ ବଟେଶ୍ୱର ଯାଏ ଆଉ ଏକ କି.ମି. ଅଞ୍ଚଳରେ ମଧ୍ୟ ଅଣ୍ଡାଦାନ ହୋଇପାରେ। ଏସବୁ ଅଞ୍ଚଳରେ ଅଣ୍ଡାଗୁଡ଼ିକର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ତାରଜାଲି ଘେରାଇ ଦିଆଯାଇଛି। ଏଥି ସହ ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି। ପ୍ରତି ବର୍ଷ ଅଣ୍ଡାଦାନ ଦେଖିବା ପାଇଁ ଭ୍ରମଣକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଣୁ ସୁରକ୍ଷା ଦୃଷ୍ଟିରୁ ୪ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ସେଗୁଡ଼ିକ ପୋଡ଼ମପେଟା, ନୂଆ ପୋଡ଼ମପେଟା, ପୁରୁଣାବନ୍ଧ ଏବଂ ଗୋଖରକୁଦାରେ ରହିଛି । ନୂଆ ପୋଡ଼ମପେଟାରେ ଏକ କ୍ୟାମ୍ପ ଅଫିସ୍‌ ଖୋଲାଯିବ। ଗତ ନଭେମ୍ବରରୁ ସମୁଦ୍ର ଭିତରେ ଟ୍ରଲର୍‌ ଚଳାଚଳ ଉପରେ କଟକଣା ଜାରି ରହିଛି । ସାମୁଦ୍ରିକ ପୋଲିସ, ବନ ବିଭାଗ, ସମୁଦ୍ର ପାଟ୍ରୋଲିଂ ଦଳ ପାଟ୍ରୋଲିଂ କରୁଛନ୍ତି । ଋଷିକୁଲ୍ୟା ମୁହାଣରୁ ସମୁଦ୍ର ଭିତରକୁ ୨୦କି.ମି. ଦୂର ଯାଏ ପାଟ୍ରୋଲିଂ ଚାଲୁଛି । ଏଥି ସହ ଏକ ମ୍ୟୁଜିୟମ୍‌ ମଧ୍ୟ ଖୋଲିବାକୁ ଯୋଜନା ରହିଛି । ଏହି ମ୍ୟୁଜିୟମ୍‌ରେ ଅଲିଭ୍‌ ରିଡ୍‌ଲେ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପଲବ୍ଧ ରହିବ । ଅଣ୍ଡାଗୁଡ଼ିକୁ ବାଲି ଭିତରେ କଇଁଛମାନେ ପୋତି ଦେଇଥାନ୍ତି । ହେଲେ ଅନେକ ସମୟରେ ଏହା ପଦାକୁ ବାହାରି ଯାଇଥାଏ । ଏଣୁ ସେଗୁଡ଼ିକୁ ନେଇ କୃତ୍ରିମ ହାଚେରି(ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଚାରିପାଖରେ ତାର ଜାଲି ଭିଡ଼ାଯାଇ ବନ୍ଦ ରଖାଯାଇଥିବ)ରେ ପୋତି ଦିଆଯିବ ।...

ଫୋଟୋ - http://v.duta.us/LPXs8QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/XOHX1wAA

📲 Get Berahampur News on Whatsapp 💬