[berahampur] - ୫ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୋମାମାଡ଼

  |   Berahampurnews

ଭଞ୍ଜନଗର,୮।୨(ଡି.ଏନ.ଏ.)- ଭଞ୍ଜନଗର ସହରର ୫ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଗୁରୁବାର ସନ୍ଧ୍ୟାରେ ଘନ ଘନ ବୋମାମାଡ଼ ହୋଇଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏପରି ଆତଙ୍କ ସୃଷ୍ଟି କରିଛନ୍ତି । ବୋମାମାଡ଼ ବେଳେ ଦୌଡ଼ାଦୌଡ଼ି ଏବଂ ବୋମା ପ୍ରଭାବରେ ୩ ଜଣ ଆହତ ହୋଇଛନ୍ତି। ଅପରାଧୀମାନେ ବାଇକ୍‌ରେ ଫେରାର ହୋଇଯାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବା ପାଇଁ ପିଛା କରିଛି। ଭଞ୍ଜନଗର ଏସ୍‌ଡ଼ିପିଓ ଉତ୍କଳ କେଶରୀ ଦାସଙ୍କ ନେତୃତ୍ୱରେ ବେଲଗୁଣ୍ଠା, ତାରସିଂ, ଗାଲେରି, ଗାଙ୍ଗପୁର ସମେତ ଭଞ୍ଜନଗର ସହରର ପ୍ରମୁଖ ରାସ୍ତାକୁ ପୋଲିସ ସିଲ୍‌ କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ଅପରାଧୀଙ୍କୁ କାବୁ କରାଯିବ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ବଟି ଆଦାୟ ଏବଂ ଭଞ୍ଜନଗରରେ ଆତଙ୍କ ଖେଳାଇବା ଲକ୍ଷ୍ୟ ନେଇ ଏହି ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି । ଏଥିରେ ୩ ଜଣ ଜଡ଼ିତ ଥିବା ପ୍ରାଥମିକ ପର୍ଯ୍ୟାୟରେ ଜଣାପଡ଼ିଛି । ସେମାନେ ୨ଟି ବାଇକ୍‌ରେ ବାଉଁଶଲୁଣ୍ଡି ଆଡ଼ୁ ଭଞ୍ଜନଗର ସହରକୁ ଆସିଥିଲେ । ସନ୍ଧ୍ୟାରେ ପାୱାର କଟ୍‌ର ସୁଯୋଗ ନେଇ ବାଉଁଶଲୁଣ୍ଡିର ୨ ବ୍ୟବସାୟ ପ୍ରତିଷ୍ଠାନକୁ ପ୍ରଥମେ ବୋମାମାଡ଼ କରିଥିଲେ । ପରେ ପରିବା ବଜାର ଛକ, ବାଟା ଗଳି ଛକ ଏବଂ ଥାନା ନିକଟରେ ବୋମା ମାଡ଼ କରି ଚମ୍ପଟ ମାରିଥିଲେ। ଏ ନେଇ ଏସ୍‌ଡ଼ିପିଓ ଦାସ କହିଛନ୍ତି, ଅପରାଧିମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ସ୍ଥିତି ବର୍ତମାନ ନିୟନ୍ତ୍ରଣାଧୀନ ଅଛି।

ଫୋଟୋ - http://v.duta.us/h3uxjAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/woVCdAAA

📲 Get Berahampur News on Whatsapp 💬