[odisha] - ବିଧାନସଭା ଅଧିବେଶନ ଶେଷ, ଗୃହ ଅନିଦ୍ଧିଷ୍ଟ କାଳ ପାଇ ମୁଳତବୀ

  |   Odishanews

ଭୁବନେଶ୍ୱର: ପଂଚଦଶ ବିଧାନସଭାର ଶେଷ ଅଧିବେଶନ ଶନିବାର ଶେଷ ହୋଇଛି। ଏଥି ସହିତ ବିଧାନସଭା ଗୃହକୁ ଅନିଦ୍ଧିଷ୍ଟ କାଳ ପାଇଁ ମୁଳତବୀ ରଖାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟ ଦିବସର ୨ ଦିନ ପୂର୍ବରୁ ଏହି ଅଧିବେଶନ ଶେଷ ହୋଇଛି। ଫେବ୍ରୁଆରି ୪ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଜେଟ୍‌ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ ପରି ସରକାରଙ୍କ ସଫଳତାର ବୟାନ କରିଥିଲେ।

ରାଜ୍ୟପାଳ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ, ବିଜୁ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି। ପୋଲାଭରମ ଓ ମହାନଦୀ ପାଇଁ ସରକାରଙ୍କ ଲଢ଼େଇ ଜାରି ରହିଥିବା ବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ରାଜ୍ୟରେ ଏକନମ୍ବର ସ୍ଥାନ ପାଇ ପରିଛି। ସେହିପରି ଚାଷୀଙ୍କ ଆୟ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨ ଗୁଣ ହୋଇଥିବା ବେଳେ ଆସନ୍ତା ଏପ୍ରିଲରୁ ଶୂନ୍ୟ ପ୍ରତିଶତ ସୁଧରେ ଚାଷୀମାନଙ୍କୁ ଋଣ ପ୍ରଦାନ କରାଯିବ।...

ଫୋଟୋ - http://v.duta.us/Y3YdJAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/33hLuAAA

📲 Get Odisha News on Whatsapp 💬