[odisha] - ମୌଳିକ ସୁୁବିଧାରୁ ବଞ୍ଚିତ ଲାଞ୍ଜିଗଡ଼ ବ୍ଲକର ୨୫ଟି ଆଦିବାସୀ ଗାଁ

  |   Odishanews

ଲାଞ୍ଜିଗଡ :ଲାଞ୍ଜିଗଡ ବ୍ଲକ ଭୂର୍ଟିଗଡ ପଞ୍ଚାୟତ ଅଧୀନସ୍ଥ ମହିନାଲ ଓ ତେତେଲପଡା ଗ୍ରାମ ବାସୀଙ୍କ ପାଇଁ ମୌଲିକ ସୁବିଧା ଅପହଞ୍ଚ ହୋଇ ରହିଛି। ୨୫ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁକୁ ରାସ୍ତା ନାହିଁ, ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ନାହିଁ। ଏପରିକି ତେତଲପଡାରେ ନଳକୂପ ଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟସେବା ଏହି ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ। ଗାଁର ଶିଶୁ ମାନେ ଅପପୁଷ୍ଟିର ଶିକାର ହେଉଥିବା ବେଳେ ଲୋକେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏଠାରୁ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୩୦ କିମି ଦୂର। ରାସ୍ତା ନଥିବାରୁ ଗାଁକୁ ଜନନୀ ସୁରକ୍ଷା ଗାଡି ଆସିପାରେ ନାହିଁ। ଅସୁରକ୍ଷିତ ଭାବେ ଏଠାରେ ଜଣେ ମା’ ସନ୍ତାନ ପ୍ରସବ କରେ। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏଠାରେ ପହଞ୍ଚିପାରେ ନାହିଁ। ବଣ ପାହାଡ ଘେରା ଅଞ୍ଚଳ ହେତୁ ଏଠାରେ ଭଲ ଚାଷ ହୁଏନାହିଁ। ନାଁକୁ ମାତ୍ର ଜମିଥାଏ କିନ୍ତୁ ସେଠାରେ ଫସଲ ନଥାଏ। ଯାହାବି ହୁଏ ହିସାବ କଲେ ଖର୍ଚ୍ଚକୁ ଅନିଣ୍ଟ। ଫଳରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୟନୀୟ। ସରକାରଙ୍କ ତରଫରୁ ଗାଁର କେତେକ ଲୋକଙ୍କ ନାଁରେ ଇନ୍ଦିରା ଆବାସ ଆସିଛି। କିନ୍ତୁ ଏହା ସଂପୃକ୍ତ ହିତାଧିକାରୀ ନକରି ଠିକାଦାର ମାଧ୍ୟମରେ କରାଯାଇଛି। ଆବାସ ଯୋଜନା ଗୃହର ବାହାର ପଟ ପଲସ୍ତର ହୋଇଛି କିନ୍ତୁ ଭିତରପଟ ସେମିତି ପଡି ରହିଛି। ସେହି ବିନା ପଲସ୍ତରରେ ଘରକୁ ହିତାଧିକାରୀଙ୍କ ହସ୍ତାନ୍ତର କରିଛନ୍ତି ଠିକାଦାର ଓ ସରକାରୀ ବାବୁମା‌ନେ।...

ଫୋଟୋ - http://v.duta.us/HbNT-QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/OKJPNAAA

📲 Get Odisha News on Whatsapp 💬