[odisha] - ରାଜ୍ୟ ବଜେଟ୍‌ରେ ୧ଲକ୍ଷ ୩୨ ହଜାର ୬୬୦ କୋଟିର ଅଟକଳ

  |   Odishanews

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ୧ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବାର୍ଷିକ ବଜେଟ୍‌ (୨୦୧୯-୨୦ ଆର୍ଥିକ ବର୍ଷ) ବିଧାନସଭାରେ ଉପସ୍ଥାପନ କରିଛନ୍ତି। ବିଗତ ବର୍ଷ ତୁଳନାରେ ବଜେଟ୍‌ର ଆକାର ୧୦.୪% ବୃଦ୍ଧି ପାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ଅର୍ଥାତ୍ ପଞ୍ଚଦଶ ବିଧାନସଭାର ଏହା ହେଉଛି ଶେଶଷ ବଜେଟ୍। ଯେହେତୁ ନୂଆ ସରକାରଙ୍କର ନୂତନ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିବାର ଅଧିକାର ଅଛି, ଏଣୁ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତେ ପ୍ରଥମ ଚାରିମାସ ପାଇଁ ୫୬ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ଆସନ୍ତାକାଲି ପାରିତ ହେବ। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ (୯୦ କୋଟି) ନିମନ୍ତେ ଶତପ୍ରତିଶତ ଓ ଅନ୍ୟାନ୍ୟ ବାର୍ଷିକ ବ୍ୟୟ ଅଟକଳର ୪୦% ଅର୍ଥ ବରାଦ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ୧ଲକ୍ଷ ୨୦ହଜାର ୨୮ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯାଇଥିଲା।

ଅନ୍ତରୀଣ ବଜେଟରେ ସ୍ବତନ୍ତ୍ର ଭାବେ କୃଷି ବଜେଟ୍ ଉପସ୍ଥାପନ କରାଯାଇନାହିଁ। କିନ୍ତୁ କୃଷି ଓ ଆନୁସଙ୍ଗିକ େକ୍ଷତ୍ର ପାଇଁ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ଏଥର ଅର୍ଥମନ୍ତ୍ରୀ ୧୯ ହଜାର ୫୫୭ େକାଟି ଟଙ୍କା ଏ ବାବଦରେ ବରାଦ କରିଛନ୍ତି। ତେବେ ବଜେଟକୁ ନିେରଖି େଦଖିଲେ ଏକଥା ଜଳଜଳ େହାଇ ଦିଶୁଛି େଯ ଏକ ବଡ଼ ପରିମାଣର ଅର୍ଥ ଋଣ ଜରିଆେର ଭରଣା କରିବା ଲାଗି ଅର୍ଥମନ୍ତ୍ରୀ େଯାଜନା କରିଛନ୍ତି।...

ଫୋଟୋ - http://v.duta.us/CEU29AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/PbD9wQAA

📲 Get Odisha News on Whatsapp 💬