[odisha] - ରେଳପଥ ପାଇଁ ବଳି ପଡ଼ୁଛି ହଜାର ହଜାର ଗଛ

  |   Odishanews

ନୂଆଗାଁ : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ହଜାର ହଜାର ସଂଖ୍ୟାରେ ବହୁ ମୂଲ୍ୟବାନ ଗଛ ବଳି ପଡୁଥିବା ଦେଖାଯାଉଛି। ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରି ଆସୁଥିଲା ବେଳେ ଆଉ ଗୋଟିଏ ପଟେ ଗଛ କଟାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଥାଉକି, ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସର୍ବଦା ଗୁରୁତ୍ବ ଦେଇ ଆସୁଛନ୍ତି। ଗତ ୨୦୧୮ ମସିହାରେ ନୟାଗଡ଼କୁ ରେଳ ଚଳାଚଳ କରିବା ପରେ ୨୦୧୯ ମସିହାରେ ନୂଆଗାଁ ଅତିକ୍ରମ କରି ୨୦୨୦ ମସିହାରେ ଦଶପଲ୍ଲା ଛୁଇଁବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ନୂଆଗାଁ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି। ଏହା ଭିତରେ ନୟାଗଡ଼ଠାରୁ ନୂଆଗାଁ ପର୍ଯ୍ୟନ୍ତ ପାଖାପାଖି ଦଶ ହଜାରରୁ ଊର୍ଦ୍ଧ୍ବ ବହୁ ମୂଲ୍ୟବାନ ଗଛ କଟାଯାଉଛି।...

ଫୋଟୋ - http://v.duta.us/nQ0m5AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/0vl5ZgAA

📲 Get Odisha News on Whatsapp 💬