[rayagada] - ଅବ୍ୟବସ୍ଥାରେ ତାଣ୍ଡବାଇ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ:ଅଧିକାଂଶ ରାତିରେ ଉପବାସ ରହୁଛନ୍ତି ଛାତ୍ରୀଛାତ୍ର

  |   Rayagadanews

କାଲିମେଳା,୮।୨(ଡି.ଏନ.ଏ.) - ମାଲକାନଗିରି ଜିଲା କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତରେ ରହିଛି ତାଣ୍ଡବାଇ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ|ଏହି ବିଦ୍ୟାଳୟ ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହେଉଛି। ଏପରି କି ହଷ୍ଟେଲରେ ରହୁଥିବା ପିଲାଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଖବରରୁ ଜଣାପଡିଛି ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପାଠ ପଢୁଛନ୍ତି ା ମାତ୍ର ବିଦ୍ୟାଳୟରେ ଠିକ୍‌ ଭାବେ ପାଠ ପଢାଯାଉ ନାହିଁ। ହଷ୍ଟେଲରେ ରହୁଥିବା ୪୦ ପିଲାଙ୍କୁ ଠିକ ରୂପେ ଖାଇବାକୁ ମିଳୁନାହଁି ା ଛାତ୍ରୀଛାତ୍ରମାନେ ଦିନରେ ଖାଇଲେ ରାତିରେ ଉପାସରେ ରହୁଛନ୍ତି ା ପିଲାମାନଙ୍କୁ ଜଗିବା ପାଇଁ ରାତିରେ କୌଣସି ଶିକ୍ଷକ ହଷ୍ଟେଲ ଦାୟିତ୍ୱରେ ରହୁନାହାନ୍ତି ା ବିଦ୍ୟାଳୟ ଓ ହଷ୍ଟେଲରେ ଏଭଳି ଅବ୍ୟବସ୍ଥା ଦେଖି ଛାତ୍ରମାନେ ହଷ୍ଟେଲ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି ା କିଛିଦିନ ତଳେ ସରପଞ୍ଚଙ୍କ ସମେତ ଗ୍ରାମବାସୀ ବିଦ୍ୟାଳୟକୁ ଯାଇ ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ନେଇ ପ୍ରଶ୍ନ କରିଥିଲେ। ପିଲାଙ୍କୁ ଠିକ ଭାବେ ଖାଦ୍ୟ ଦେବା ପାଇଁ ତାଗିଦ୍‌ କରି ଫେରିଥିଲେ। ଏଥିରେ ସୁଧାର ନ ଆସିବାରୁ ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କିଛିଦିନ ତଳେ ଘେରାଉ କରିଥିଲେ ା ଏନେଇ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ସମାନ ଅଭିଯୋଗ କରିଛି। ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପରିଚାଳନା କମିଟି ସଭାପତି ଲାଛା ମାଢିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ବହୁ ଅବ୍ୟବସ୍ଥାରେ ଏହି ବିଦ୍ୟାଳୟ ଚାଲୁଛି ା ବିଦ୍ୟାଳୟରେ ବହୁ ସମସ୍ୟା ରହିଛି ା ପିଲାଙ୍କୁ ଠିକ୍‌ ରୂପେ ଖାଇବାକୁ ମିଳୁନାହଁି ା ରାତିରେ ପିଲାମାନେ ଖାଉଛନ୍ତି କି ନାହଁି ତାହା ଦେଖିବା ପାଇଁ କେହି ରହୁନାହାନ୍ତି ା ଅଧିକାଂଶ ସମୟରେ ରାତିରେ ଛାତ୍ରୀଛାତ୍ରମାନେ ଉପବାସରେ ରହୁଛନ୍ତି। ଯଦି ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ଛୁଟିରେ ଗଲେ ଅନ୍ୟ ଜଣେ ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦେବା କଥା। ଏଠାରେ ତାହା କରାଯାଉନାହଁି ା ଏ ବିଷୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଦାସଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ାପିଲାମାନଙ୍କୁ ଠିକ ସମୟରେ ଭଲ ଖାଦ୍ୟ ପ୍ରଦାନ କରାଯାଉଛି। ତେବେ ଏନେଇ ଯଦି ପିଲାମାନେ ଓ ଗ୍ରାମବାସୀ ଅଭିଯୋଗ କରିବେ ମଁୁ କଣ କରିପାରିବି ବୋଲି କହିଥିଲେ। ଏନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯିବ ବୋଲି କହିଛନ୍ତି ା ବିଦ୍ୟାଳୟର ଅବ୍ୟବସ୍ଥାରେ ସୁଧାର ଆଣିବା ସହ ନିଜ କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Mv3WAAAA

📲 Get Rayagada News on Whatsapp 💬