[rayagada] - ‘ଦୃଢ଼ ଆତ୍ମବିଶ୍ୱାସ ରଖିଲେ ଲକ୍ଷ୍ୟ ମିଳିବ’

  |   Rayagadanews

କୋରାପୁଟ,,୮।୨(ସ୍ବ.ପ୍ର.): ଛାତ୍ରୀଛାତ୍ରମାନେ ନିଜର ଆମତ୍ବିଶ୍ୱାସକୁ ଦୃଢ଼ ରଖିପାରିଲେ ସେମାନଙ୍କ ଲକ୍ଷ୍ୟ ହାସଲ ସହଜ ହେବ। କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ ଉସତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲା ଶିକ୍ଷା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡା ଏହା କହିଛନ୍ତି।

ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିକାଶ ଚନ୍ଦ୍ର ସରକାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଇଓ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଜିଲାରେ ଏହି ଏକମାତ୍ର ବିଦ୍ୟାଳୟ ଯାହା ସର୍ବ ସୁବିଧାସଂପନ୍ନ ବିଦ୍ୟାଳୟ ହୋଇପାରିଛି। ଶିକ୍ଷୟିତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଜ୍ଞାନକୁ ଚିହ୍ନଟ କରି ଶିକ୍ଷାଦାନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏନସିଇଆରଟିର ଡ. ଗୌରୀମା ଆଇ.ପି, କୋରାପୁଟ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଜଗନ୍ନାଥ ସାହୁ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅମୂଲ୍ୟ ମହାପାତ୍ର ଯୋଗଦେଇ ଛାତ୍ରୀଛାତ୍ରୀଙ୍କୁ ଦେଶ ସେବାରେ ନିୟୋଜିତ ହେବା ପାଇଁ ଆହ୍ବାନ କରିବା ସହ ଶିକ୍ଷକମାନେ ପିଲାଙ୍କୁ ଗୁଣାମତ୍କ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ, ଜାତୀୟ ଓ ରାଜ୍ୟସ୍ତରରେ ସଫଳତା ପାଇଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କତ କରାଯାଇଥିଲା। ଶିକ୍ଷକ ଶିଶିର ପାତ୍ର, ହିମାଂଶୁ ଶେଖର ପାତ୍ର, ବିଜୟ ସାହୁ, ସୁଧୀର ମହାନ୍ତି, ଶଙ୍କର ନାୟକ, ଗୀତାଞ୍ଜଳି ମହାକୁଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଫୋଟୋ - http://v.duta.us/J1q2mQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/PghalQAA

📲 Get Rayagada News on Whatsapp 💬