[rayagada] - ବେଆଇନ ଇଟାଭାଟିରେ ଲାଗୁଛି କେନାଲ ପାଣି

  |   Rayagadanews

ଜୟପୁର,୮।୨(ଡି.ଏନ୍‌.ଏ.) -ଜୟପୁର ସହର ନିକଟସ୍ଥ ଧନପୁର ଉପ କେନାଲ ଏବଂ ଧନପୁର ଡିଷ୍ଟ୍ରିବ୍ୟୁସନ କୋଲାବ ଇରିଗେସନ ବିଭାଗର କେନାଲ ପାର୍ଶ୍ୱରେ ବେଆଇନ ମାଟି ଇଟାଭାଟି ଗଢ଼ିଉଠିଛି। ଇଟାଭାଟି ମାଲିକମାନେ ଚାଷ ପାଇଁ ବ୍ୟବହୃତ କେନାଲରୁ ଜଳ ଚୋରି କରିବା ସହ ଏହାକୁ ଡିଜେଲ ମୋଟର ମାଧ୍ୟମରେ ନିଜ ଭାଟିରେ ବ୍ୟବହାର କରୁଛନ୍ତି। କେତେକ ଇଟାଭାଟି ମାଲିକ କେନାଲ ରାସ୍ତା ଖୋଳି ପାଇପ ଜରିଆରେ କେନାଲରୁ ଖୋଲାଖୋଲି ଜଳ ଚୋରି କରୁଛନ୍ତି । ବିଭାଗ କିନ୍ତୁ ଚୁପ୍‌ ହୋଇ ବସିରହିବା ଚାଷୀଙ୍କୁ ଅସନ୍ତୁଷ୍ଟ କରିଛି। ଗୋଟିଏ ପଟେ ତଳମୁଣ୍ଡରେ ଥିବା ଚାଷଜମିକୁ କେନାଲ ପାଣି ପହଞ୍ଚୁ ନଥିବା ବେଳେ ଅନ୍ୟପକ୍ଷରେ ବେଆଇନ ଇଟାଭାଟି ପାଇଁ ଜଳ ଚୋରି ହେବା ସମସ୍ୟା ସୃଷ୍ଟି କରିଛି।ଜୟପୁର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ତେଲିଗୁଡ଼ାରୁ ବାଙ୍କବୀଜ ଗ୍ରାମକୁ ସଂଯୋଗ କରୁଥିବା ଧନପୁର ଉପକେନାଲ ଏବଂ ଡିଷ୍ଟ୍ରିବ୍ୟୁସନ କେନାଲ ରାସ୍ତା ପାର୍ଶ୍ୱରେ ବେଆଇନ ଭାବେ ଗଢ଼ିଉଠିଛି ୧୦ରୁ ୧୫ ଇଟାଭାଟି। କେନାଲରୁ ମୋଟର ଯୋଗେ ପାଣି ନିଆଯାଇ ଇଟା ତିଆରି ଚାଲିଛି। ଉକ୍ତ ମାଟିଇଟାକୁ ଧାନ ଚଶୁରେ ନିଆଁ ଲଗାଇ ପୋଡ଼ାଯାଉଛି, ଯାହା ପ୍ରଦୂଷଣର କାରଣ। ସରକାର ଏହାକୁ ବେଆଇନ ଘୋଷଣା କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଜିଲା ପ୍ରଶାସନ ଏ ଦିଗରେ ତଦାରଖ କରି ପଦକ୍ଷେପ ନେବା କଥା, କିନ୍ତୁ ଉଭୟ ଏଥିପ୍ରତି ଆଖି ବୁଜିଦେଇଛନ୍ତି। ଜଳସେଚନ ବିଭାଗର ଅଧିକାରୀ କେନାଲର ତଦାରଖ ପାଇଁ ଉକ୍ତ ଅଞ୍ଚଳ ଗସ୍ତ କରୁଥିବା ବେଳେ ଏସବୁ ଦେଖି ଚୁପ୍‌ ବସିବା ଚାଷୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଟାଭାଟି ମାଲିକମାନେ ପ୍ରଚୁର ଲାଭ ପାଉଥିବା ବେଳେ ସରକାରଙ୍କୁ ଟିକସ ଦେଉନାହାନ୍ତି। ତହସିଲ କାର୍ଯ୍ୟାଳୟର ମୁଷ୍ଟିମେୟ ଅସାଧୁ କର୍ମଚାରୀଙ୍କୁ ହାତକରି ଏଭଳି ବେଆଇନ କାମ ଚାଲିଛି। ଏନେଇ ଇରିଗେସନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଏନେଇ ଥାନାରେ ପୂର୍ବରୁ ଅଭିଯୋଗ କରାଯାଇଥିଲା ା କିନ୍ତୁ ଉକ୍ତ ଇଟାଭାଟି ମାଲିକ ଜୋର ଜବରଦସ୍ତ ପାଣି ନେଉଥିବା ସେ ସ୍ବୀକାର କରିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି ।

ଫୋଟୋ - http://v.duta.us/Ky0lTwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/CJV09gAA

📲 Get Rayagada News on Whatsapp 💬