[sambalpur] - ମୌଳିକ ସୁବିଧାରୁ ବଞ୍ଚତ୍ତ ଗାଁ ଖଲିଆଭଟା: ସ୍ବାଧୀନତାର ୭୧ ବର୍ଷ ପରେ ବି ବିଜୁଳି ନାହିଁ; ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟାଳୟ ନାହିଁ

  |   Sambalpurnews

ନୂଆପଡା ଅଫିସ,୮ା୨- ନୂଆପଡା ଜିଲା ଖଡିଆଳ ସହରଠାରୁ ମାତ୍ର ୧୫ କି.ମି. ଦୂର ରହିଛି କିରକିଟା ଗ୍ରାମପଞ୍ଚାୟତର ଖଲିଆଭଟା ଗାଁ । ଦେଶ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଏଠାରେ ମୌଳିକ ସୁବିଧା ଲୋକଙ୍କୁ ଅପହଞ୍ଚ ହୋଇଛି । ଏଠାରେ ବିଜୁଳି ନାହିଁ କି ପିଲାଙ୍କ ପ୍ରାଥମିକ ଶିକ୍ଷା ସକାଶେ ବିଦ୍ୟାଳୟଟିଏ ନାହିଁ । ଲୋକଙ୍କୁ ରୋଜଗାର ମିଳୁ ନ ଥିବାବେଳେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଦରକାର ସମୟରେ ଉପଲବ୍ଧ ହେଉନାହିଁ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ଅବ୍ୟବସ୍ଥା ସରକାରୀ ଉଦାସିନତାକୁ ପଦାରେ ପକାଇଦେଉଛି । ଖଡିଆଳ ବ୍ଲକ କିରକିଟା ଗ୍ରାମପଞ୍ଚାୟତର ଜଙ୍ଗଲତଳି ଖଲିଆଭଟା ଗଁାରେ ୮୦ ପରିବାରର ମୋଟ ୨ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି । ଏଥିରୁ ଶତ ପ୍ରତିଶତ ଅନୁସୂଚୀତ ଜନଜାତି ସମ୍ପ୍ରଦାୟର ଲୋକ । ଏମାନଙ୍କ ଆର୍ଥତ୍କସ୍ଥିତି ବହୁ ଦୁର୍ବଳ । ଏଠାରେ ଶିକ୍ଷାରମାନ ବହୁ ନିମ୍ନରେ ରହିଥିବାବେଳେ ଗାଁରେ ଶତପ୍ରତିଶତ ଯୁବତୀଯୁବକ ବେରୋଜଗାରିଆ ହୋଇ ରହିଛନ୍ତି । ଗାଁରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରହୁଥିବାବେଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନାହିଁ । ଫଳରେ ଛାତ୍ରୀଛାତ୍ରମାନେ ବାଧ୍ୟ ହୋଇ ବଣପାହାଡ ଡେଇଁ ଦୂର ଗାଁକୁ ପାଠ ପଢିବାକୁ ଯାଇଥାନ୍ତି । ସ୍ବାସ୍ଥ୍ୟ ସୁବିଧା ନ ଥିବାରୁ ଲୋକେ ବାଧ୍ୟ ହୋଇ ଗୁଣିଗାରେଡିଙ୍କ ସହାୟତା ନେଇ ହଇରାଣ ହୋଇଥାନ୍ତି । ଦେଶ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଗାଁକୁ ବିଜୁଳି ବ୍ୟବସ୍ଥା ନାହିଁ । ଗ୍ରାମର ଟଙ୍କଧର ମାଝିଙ୍କ କହିବାନୁଯାୟୀ ଆଜକୁ ୩ ବର୍ଷ ତଳେ ବିଜୁଳି ବିଭାଗ ତରଫରୁ ଗାଁରେ ଟ୍ରାନ୍ସଫର୍ମର ଖଞ୍ଜାଯାଇଛି । ହେଲେ ବିଜୁଳି ସଂଯୋଗ ହୋଇନାହିଁ । ଲୋକେ ଖମ୍ବ ଏବଂ ଟ୍ରାନ୍ସଫର୍ମରକୁ ଚାହିଁ ଦିନ ଗଣୁଥିବା କହିଛନ୍ତି । ଲୋକଙ୍କୁ ବିଜୁଳି ଆଳୁଅ ଦେଖିବା ସାତ ସପନ ହୋଇଛି । ସନ୍ଧ୍ୟା ହେଲେ ଏଠାରେ ବନ୍ୟ ହିଂସ୍ର ଜନ୍ତୁଙ୍କ ଦୌରାତ୍ମ୍ୟ ଦେଖାଯାଇଥିଲା । ବନ୍ୟଜନ୍ତୁଙ୍କ ଭୟରେ ଲୋକେ ସୂର୍ଯ୍ୟାସ୍ତ ପରେ ତାଟିକବାଟ ବନ୍ଦ କରିଥାନ୍ତି । ଗାଁରେ କାମ ଧନ୍ଦା ଅଭାବରୁ ଅର୍ଦ୍ଧାଧିକ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି । ବ୍ଲକ ପ୍ରଶାସନର ଅବହେଳା ଯୋଗୁ ଲୋକେ ସାଧାରଣ ସେବା ମଧ୍ୟ ପାଇବାରୁ ବଞ୍ଚତ୍ତ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗମନାଗମନ ବ୍ୟବସ୍ଥା କହିଲେ ଗାଁକୁ କେବଳ ଏକ କଚା ରାସ୍ତା ରହିଛି । ଗାଁରେ ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଲୋକେ ବାଧ୍ୟ ହୋଇ ଝରଣା ପାଣିକୁ ବ୍ୟବହାର କରୁଛନ୍ତି। ଏହା ଉପରେ ସ୍ଥାନୀୟ ସରପଞ୍ଚ ହେମବତୀ ଦାସଙ୍କୁ ପଚାରିବାରୁ ଏହି ଗାଁର ସୁବିଧା ସକାଶେ ପଞ୍ଚାୟତର ଗ୍ରାମ ସଭାରେ ମଞ୍ଜୁରୀ କରି ବ୍ଲକ ତଥା ଜିଲା ପ୍ରଶାସନକୁ ରିପୋର୍ଟ କରାଯାଉଛି । ହେଲେ ବରବର୍ତ୍ତି ସମୟରେ ତାହା କାର୍ଯ୍ୟକାରୀ ହୋଇ ନ ଥାଏ । ନେତା ଏବଂ ଠିକାଦାରଙ୍କ ଅଙ୍ଗୁଳିରେ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ। ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ କୌଣସି ପ୍ରକାର ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ପାଲଟା ଆରୋପ କରିଥିଲେ ।

ଫୋଟୋ - http://v.duta.us/--5P3AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/RfrmlgAA

📲 Get Sambalpur News on Whatsapp 💬