[upakula-odisha] - ଆମ୍ବ ଗଛରେ ପିଟିହେଲା ଟ୍ରକ୍‌ : ଜଣେ ମୃତ

  |   Upakula-Odishanews

ଗଣିଆ,୮।୨(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ନିକଟ ଗଣିଆ-ଦଶପଲ୍ଲା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଏକ ଆମ୍ବ ଗଛରେ ଗୁରବାର ମଧ୍ୟ ରାତ୍ରରେ ଏକ ହାଇଓ୍ବା ଟ୍ରକ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଗାଡିର ବାମ ପାର୍ଶ୍ୱରେ ବସିଥିବା ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଓଡଗାଁ ଥାନା ଉଦୟପୁର ଗ୍ରାମର ପ୍ରତାପ ଚନ୍ଦ୍ର ପ୍ରଧାନ(୩୦)। ସେ ଗାଡି ମାଲିକଙ୍କ ଭାଇ ବୋଲି ଜଣାପଡିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣାର ଦୀର୍ଘ ୧୩ ଘଣ୍ଟା ପରେ ଗଣିଆ ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶୁକ୍ରବାର ଅପରାହ୍ନ ସାଢେ ଗୋଟାଏରେ ଗାଡି ମଧ୍ୟରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଘଟାଇ ସମ୍ପୃକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରବାର ମଧ୍ୟରାତ୍ରରେ ଓଡି୨୫ଏଫ୍‌୧୨୨୭ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଟ୍ରକ ଦଶପଲ୍ଲା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇଯାଇଥିଲା । ଖବରପାଇ ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଏଏସଆଇ ଅମୂଲ୍ୟ ମହାନ୍ତି ଓ ଗଣିଆ ଅଗ୍ନିଶମ ବିଭାଗ ଅଧିକାରୀ ସାନନ୍ଦ ଜେନାଙ୍କ ସମେତ ପୋଲିସ ତଥା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ । ତେବେ ରାତି ଯୋଗୁଁ ଉଭୟ ବିଭାଗର କର୍ମଚାରୀଙ୍କ ଯଥାସମ୍ଭବ ଉଦ୍ୟମ ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନଥିଲା । ଶୁକ୍ରବାର ସକାଳୁ ଘଟଣାସ୍ଥଳରେ ଗଣିଆ ତହସିଲଦାର ସ୍ବାତିଲେଖା ଦାଶଙ୍କ ଉପସ୍ଥିତିରେ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ କ୍ରେନ୍‌ ଓ ଜେସିବି ଯୋଗେ ୬ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଗାଡି ଭିତରେ ଫଶିରହିଥିବା ମୃତଦେହକୁ ଉଦ୍ଧାର କରିଥିଲେ। ଏଥି ନେଇ ଗଣିଆ ପୋଲିସ ତରଫରୁ ନଂ ୦୫/୧୯ ମାମଲା ରୁଜୁ କରାଯିବା ସହ ମୃତଦେହକୁ ଚିହ୍ନଟ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।ଫଟୋ କ୍ୟାପସନ୍‌ -ଦୁର୍ଘଟଣାଗସ୍ତ ହାଇଓ୍ବା ଟ୍ରକ ।

ଫୋଟୋ - http://v.duta.us/kyXLpAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/G_6BZAAA

📲 Get Upakula-odisha News on Whatsapp 💬