[upakula-odisha] - ବଲୁରିଆ ଗ୍ରାମରେ ବଧୁ ହତ୍ୟା ଅଭିଯୋଗ

  |   Upakula-Odishanews

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଲୁରିଆ ଗ୍ରାମରେ ପାରିବାରିକ କଳହରୁ ବଧୁ ହତ୍ୟା ଅଭିଯୋଗ ହୋଇଛି। ସେ ହେଲେ ଗୀତାଞ୍ଜଳି ଜେନା।

ସୂଚନାନୁଯାୟୀ, ଆଳି ଥାନା ଅନ୍ତର୍ଗତ ସାନମଙ୍ଗ ଗ୍ରାମର ଘନଶ୍ୟାମ ଜେନାଙ୍କ ଝିଅ ଗୀତାଞ୍ଜଳି ୩ ବର୍ଷ ତଳେ ଉକ୍ତ ଥାନା ଅନ୍ତର୍ଗତ ବଲୁରିଆ ଗ୍ରାମର କେଳୁ ରାଉତଙ୍କ ପୁଅ ପ୍ରତାପ ରାଉତଙ୍କ ପୁଅଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଗୀତାଞ୍ଜଳିଙ୍କ ଗୋଟିଏ ପୁଅ ଅଛି। ବିଭିନ୍ନ ସମୟରେ ତାଙ୍କୁ ଶାରିରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ସେ ପରିବାରଲୋକଙ୍କୁ ଫୋନ ଯୋଗେ ଜଣାଉଥିଲେ। ଅନେକ ଥର ପରିବାରଲୋକେ ଶ୍ୱଶୁର ଘରକୁ ଆସି ବୁଝାମଣା ମଧ୍ୟ କରାଉଥିଲେ। ମାତ୍ର ଶୁକ୍ରବାର ଗୀତାଞ୍ଜଳିଙ୍କ ମୃତ୍ୟୁ ଖବର ପାଇବା ପରେ ଭାଇ ହିମାଶୁଂ ଜେନା ତାଙ୍କୁ ହତ୍ୟା କରାଯାଇଥିବା ଚଉଦକୁଲାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରିଥିବା ସୂଚନା ମିଳିଛି। ଅଧିକ ତଦନ୍ତ ଜାରି ରହିଛି।

ଫୋଟୋ - http://v.duta.us/D57J5QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/0AY7uQAA

📲 Get Upakula-odisha News on Whatsapp 💬