[upakula-odisha] - ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

  |   Upakula-Odishanews

ବୋଲଗଡ଼,୮ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ କୁମୁଦିନୀ ପାଞ୍ଚଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଐତିହାସିକ ତଥା ଶିକ୍ଷାବିତ୍‌ ସତ୍ୟବାଦୀ ବଳିୟାରସିଂହ ପୌରୋହିତ୍ୟ କରିଥିଲେ। ଶିକ୍ଷକ ବିଜୟ କୁମାର ତ୍ରିପାଠୀ ମୁଖ୍ୟଅତିଥି ଓ ଅଧ୍ୟାପକ ରଙ୍କନିଧି ବଳିୟାରସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ କାଳୀଚରଣ ଜୟସିଂହ, ଶିକ୍ଷାବିତ୍‌ ସୁମନ୍ତ ଛୋଟରାୟ, ଜୟକୃଷ୍ଣ ଫତେସିଂହ, ଖବରଦାତା ପାଣ୍ଡବ ସାହୁ, ଶିକ୍ଷକ ପଦ୍ମନାଭ ଖଟାଇ ଓ କୁମୁଦିନୀ ଜୟସିଂହ ପ୍ରମୁଖ ମଞ୍ଚାସୀନ ଥିଲେ। ତେବେ ବିଦ୍ୟାଳୟଟି ଅନେକ ସୁବିଧା, ସୁଯୋଗ ଓ ଅନୁଦାନରୁ ବଞ୍ଚତ୍ତ ହୋଇଥିବାରୁ ଏହାର ସମାଧାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଅନସୂୟା ଗଡ଼ବାଡ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାରେ କୃତୀ ଛାତ୍ରୀଙ୍କୁ ପୁରସ୍କୁତ ଓ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଫୋଟୋ - http://v.duta.us/2vxT-wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/q_SHugAA

📲 Get Upakula-odisha News on Whatsapp 💬