[upakula-odisha] - ବଳରାମଦେବ କପ୍‌ ଫୁଟ୍‌ବଲ: ଶିବା ୟୁଥ୍‌ କ୍ଲବ ବିଜୟୀ

  |   Upakula-Odishanews

ଟାଙ୍ଗୀ(ଖୋର୍ଦ୍ଧା),୮ା୨(ଡି.ଏନ.ଏ)-ଟାଙ୍ଗୀ ଚିଲିକା ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବଳରାମଦେବ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି । ଗୁରୁବାର ଖେଳ ଟାଙ୍ଗୀର ଶିବା ୟୁଥ୍‌ କ୍ଲବ୍‌ ଓ ଧର୍ମଶାଳାର ଫୁଟ୍‌ବଲ ଏକାଡେମୀ ମଧ୍ୟରେ ହୋଇଥିଲା । ୨-୧ ଗୋଲରେ ଟାଙ୍ଗୀ ବିଜୟୀ ହୋଇଛିା। ଶିବା ୟୁଥ୍‌ ଦଳର ଖେଳାଳି ଦୀପକ ଦାସ ୨ଟି ଗୋଲଦେଇ ଶ୍ରେଷ୍ଠ ଖେଳାଳି ଭାବେ ସର୍ବେଶ୍ୱର ସୁନ୍ଦରାୟ ସ୍ମାରକୀ ଟ୍ରଫି ହାସଲ କରିଥିଲେ। ଖେଳ ପରିଚାଳନା କରିଥିଲେ ଏମ୍‌ଏମ୍‌ ବେଗ, ତନୋଜ ଶ୍ରୀଚନ୍ଦନ, ବିପିନ ସାମନ୍ତରାୟ ଓ ଦିଲୀପ ଦାସ। ଲଟେରି କୂପନରେ ବିଜୟୀ ହୋଇ ଟାଙ୍ଗୀର କାଳୁ ପ୍ରଧାନ ଏକ ସାଇକେଲ୍‌ ପାଇଥିଲେ । ଅତିଥି ରୂପେ ବିଡିଓ ଭାସ୍କର ରଇତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ଦାସ, ପ୍ରାକ୍ତନ ଫୁଟ୍‌ବଲ ଖେଳାଳି ବିଭୂତି ଭୂଷଣ ସାହୁ, ପ୍ରଶାନ୍ତ କୁମାର ବିଶ୍ୱାଳ, ସମ୍ପାଦକ ବିଜୟ କୁମାର ରାଉତ, କୋଷାଧ୍ୟକ୍ଷ ଅଜୟ କୁମାର ରାୟ, ପୂର୍ବତନ ସମିତି ସଭ୍ୟ ନୀଳକଣ୍ଠ ବେହେରା ପ୍ରମୁଖ ଯୋଗଦେଇଥିଲେ। ଶୁକ୍ରବାର ଶିବା ୟୁଥ୍‌ କ୍ଲବ୍‌ ଓ ଭବାନୀପାଟଣା କ୍ରୀଡା ଛାତ୍ରାବାସ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3PO3LAAA

📲 Get Upakula-odisha News on Whatsapp 💬