[upakula-odisha] - ବସ୍ତିରେ ରହି ମଧ୍ୟ ମିଳିଲାନି ଜମି ପଟ୍ଟା: ଜମିର କିସମ ବଦଳାଇବାକୁ ଜିଲାପାଳଙ୍କୁ ଅଭିଯୋଗ

  |   Upakula-Odishanews

ନୟାଗଡ଼ ଅଫିସ,୮ା୨- ନୟାଗଡ଼ ସହରର ୩ ନମ୍ବର ୱାର୍ଡ଼ ଗାନ୍ଧୀନଗର ଓ ରାମେଶ୍ୱର ସାହିର କିଛି ପରିବାର ବସ୍ତିରେ ରହୁଥିଲେ ମଧ୍ୟ ସେମାନଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ମିଳିଲା ନାହିଁ। ଏ ନେଇ ଏନ୍‌ଏସି କାର୍ଯ୍ୟାଳୟରେ ଅଭିଯୋଗ ପରେ ସେମାନେ ରହୁଥିବା ଜାଗା ପୂର୍ତ୍ତ ଓ ଜଙ୍ଗଲ -୨ ବିଭାଗର ହୋଇଥିବାରୁ ସେମାନଙ୍କୁ ଉକ୍ତ ଜାଗାର ପଟ୍ଟା ମିଳିପାରିବ ନାହିଁ ବୋଲି ସୂଚନା ଦିଆଯାଇଥିଲା। ଫଳରେ ସେମାନେ ବର୍ତ୍ତମାନ କ’ଣ କରିବେ ସେହି ଚିନ୍ତାରେ ଅଛନ୍ତି। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ସେମାନେ ବାସହରା ହୋଇଥିବାରୁ ଦୀର୍ଘବର୍ଷ ହେଲା ବସ୍ତିରେ ରହିଆସୁଛନ୍ତି। ତେଣୁ ଜମିର କିସମ ବଦଳାଇବାକୁ ସେମାନେ ଗୁରୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ସମୟରେ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ଥିବାରୁ ସେ ତାଙ୍କ ପ୍ରତ୍ରିକ୍ରିୟାରେ କହିଛନ୍ତି ଯେ, ନୟାଗଡ଼ ସହରର ବର୍ତ୍ତମାନ ୪୧୯ ପରିବାରକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବାକି ରହିଯାଇଥିବା ଲୋକମାନଙ୍କୁ ପ୍ରଦାନ କରାଯିବ। ଉକ୍ତ ବସ୍ତିବାସିନ୍ଦା ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ସନ୍ତୋଷ ବିଶ୍ୱାଳଙ୍କ ନେତୃତ୍ୱରେ ଏକାଧିକ ପରିବାର ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ।

ଫୋଟୋ - http://v.duta.us/LZgOlAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xQ8-QAAA

📲 Get Upakula-odisha News on Whatsapp 💬