[upakula-odisha] - ରୋଜ୍ ଡ଼େରେ ପ୍ରେମିକା ହଟହଟା, ଛାଡ଼ି ଚାଲିଗଲେ ପ୍ରେମିକ
ନୟାଗଡ଼ ଅଫିସ,୮।୨- ମିସ୍ଡ କଲ୍ରୁ ପ୍ରେମ। ଏହା ପରେ ପ୍ରେମିକଙ୍କୁ ଦେଖା କରିବାକୁ ୧୧୦ କିଲୋମିଟର ଦୂର ପୁରୀରୁ ନୟାଗଡ଼ ଆସିଥିଲେ ପ୍ରେମିକା। ହେଲେ ପ୍ରେମିକାଙ୍କୁ ଦେଖିବା ମାତ୍ରେ ପ୍ରେମିକ ଜଣଙ୍କ ଛାଡ଼ି ପଳାଇ ଯାଇଥିଲା। ଶେଷରେ ରୋଜ୍ ଡେ’ରେ ପ୍ରେମିକାଙ୍କୁ ହଟହଟା ହେବାକୁ ପଡିଛି। ଯୁବତୀ ଜଣକ ପ୍ରତାରଣାର ଶିକାର ହେବା ପରେ ବର୍ତ୍ତମାନ ନୟାଗଡ଼ର ଏକ ଷ୍ଟେ ହୋମ୍ରେ ଅଛନ୍ତି। ପ୍ରକାଶ ଯେ, ମିସ୍ଡ଼ କଲ୍ ପରେ ନୟାଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ସହିତ ପୁରୀ ଅଞ୍ଚଳର ଯୁବତୀଙ୍କ ବାର୍ତ୍ତାଳପ ହୋଇଥିଲା। ଗୁରୁବାର ରୋଜ୍ ଡ଼େ ଥିବାରୁ ପ୍ରେମିକଙ୍କୁ ଦେଖା କରିବା ପାଇଁ ପ୍ରେମିକା ଜଣକ ସହରର ଅମରେନ୍ଦ୍ର ବଜାରକୁ ଆସିଥିଲେ। ସେଠାରେ ଉଭୟଙ୍କ ଦେଖାସାକ୍ଷାତ ମଧ୍ୟ ହୋଇଥିଲା। ପରେ କ’ଣ ହେଲା କେଜାଣି ଯୁବତୀଙ୍କୁ ଛାଡି ଯୁବକ ଜଣକ କୁଆଡେ ପଳାଇ ଯାଇଥିଲେ। କିଛି ସମୟ ଅପେକ୍ଷା ପରେ ଯୁବତୀ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଯୁବତୀଙ୍କୁ ପଚାରଉଚରା ପରେ ତାଙ୍କ ଘର ପୁରୀ ଜିଲାରେ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଯୁବତୀଙ୍କୁ ଷ୍ଟେ ହୋମ୍ରେ ରଖାଯାଇଥିବା ବେଳେ ଯୋଗାଯୋଗ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି।
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/XAZv-gAA