[upakula-odisha] - ରାସ୍ତାରେ ରାହାଜାନି ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ୮ବର୍ଷ କାରାଦଣ୍ଡ

  |   Upakula-Odishanews

ନୟାଗଡ଼ ଅଫିସ,୮ା୨- ରାସ୍ତାରେ ରାହାଜାନି ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗୁରୁବାର ନୟାଗଡ଼ ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଅଭିଯୁକ୍ତ ଗୁରୁପ୍ରସାଦ ଦାସ ଓରଫ ଚନ୍ଦନଙ୍କୁ ୮ବର୍ଷ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଚନ୍ଦନଙ୍କ ଘର ଶରଣକୁଳ ଥାନା ବିଟଳଗାଡ଼ିଆ ଗ୍ରାମରେ। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୮ ମେ’ ୨୦୧୭ରେ ବୋଲଗଡ଼ ଥାନା ସାନକୁମାରୀ ଗ୍ରାମର ମଧୁସୂଦନ ଜେନା ଓ ସ୍ତ୍ରୀ କଳ୍ପନା ଦଶପଲ୍ଲାର ଏକ ସ୍କୁଲରେ ପଢ଼ୁଥିବା ତାଙ୍କ ଝିଅକୁ ହଷ୍ଟେଲରେ ଛାଡ଼ିବାକୁ ଯାଇଥିଲେ। ସେଠାରୁ କାମସାରି ସନ୍ଧ୍ୟା ୭ଟା ସମୟରେ ଏହି ଦମ୍ପତି ବାଇକ୍‌ରେ ଫେରୁଥିଲେ। ମହିତମା ଛକ ନିକଟରେ ହଠାତ୍‌ ଚନ୍ଦନ ବାଇକ୍‌ରେ ପହଞ୍ଚତ୍ ସେମାନଙ୍କୁ ଗାଡି ଅଟକାଇବାକୁ କହିଥିଲେ। ହେଲେ ମଧୁସୂଦନ ଗାଡ଼ି ରଖି ନ ଥିଲେ। ପରେ ବାଇକ୍‌ରେ ବସିଥିବା କଳ୍ପନାଙ୍କ ବେକରୁ ଚନ୍ଦନ ସୁନା ଚେନ୍‌, କାନଫୁଲ ଓ ଭ୍ୟାନିଟି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଏହି ସମୟରେ କଳ୍ପନା ତଳେ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୯ ତାରିଖରେ ମଧୁସୂଦନ ଏ ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪୫/୧୭ରେ ଏକ ମାମଲା ରୁଜୁ କରି ଚନ୍ଦନଙ୍କୁ ଗିରଫ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେବେଠାରୁ ଚନ୍ଦନ ଜେଲ୍‌ରେ ରହି ଆସୁଥିଲେ। ଗୁରୁବାର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ଦୌରାଜଜ୍‌ ପଟ୍ଟନାୟକ ଚନ୍ଦନଙ୍କୁ ୮ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଶୁଣାଣି କରିଛନ୍ତି। ଜରିମାନା ଅନାଦାୟେ ହେଲେ ୬ ମାସ ଅଧିକ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ। ସରକାରୀ ଓକିଲ ବିପିନ କୁମାର ଧଳ ମାମଲା ପରିଚାଳନା କରୁଥିଲେ।

ଫୋଟୋ - http://v.duta.us/W1p2lQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tWXKzwAA

📲 Get Upakula-odisha News on Whatsapp 💬